ରେଙ୍ଗାଲି: ସମ୍ବଲପୁରରୁ ଝାରସୁଗୁଡା ଦେଇ ରାଉରକେଲାକୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସ ୱେ)ର ଠେଲକୋଲୋଇ ଭୁଷଣ ଷ୍ଟିଲ୍ କାରଖାନା ମୁଖ୍ଯ ଫାଟକ ସାମ୍ନାରୁ ଖେରୁଆଳ ପୋଲ ପର୍ଯ୍ୟନ୍ତ ଖାଲଖମା ସୃଷ୍ଟି ହୋଇଛି। ଫଳରେ ଏହି ରାସ୍ତା ଦେଇ ଗମନାଗମନରେ ବ୍ୟାପକ ଅସୁବିଧା ହେଉଛି। ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏହାର ମରାମତି ବ୍ୟବସ୍ଥା କରୁ ନଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ସଡକ ସୁରକ୍ଷା ଜୀବନ ରକ୍ଷା ବୋଲି ସରକାର ସ୍ଳୋଗାନ୍ ଦେଉଥିବା ବେଳେ ଏଭଲି ଖାଲଖମା ଥିବା ରାସ୍ତାରେ ଯାତାୟତ କରିବା କେତେ ସୁରକ୍ଷିତ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।
Popular Categories



