ରେଙ୍ଗାଲି: ସମ୍ବଲପୁରରୁ ରାଉରକେଲାକୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟ ରାଜପଥର ଖିଣ୍ଡା ଛକରୁ ଲପଙ୍ଗା ପର୍ଯ୍ୟନ୍ତ ରାସ୍ତା କୋଇଲା ପରିବହନ ପାଇଁ ଆସୁଥିବା ଭାରିଯାନମାନଙ୍କ ପାର୍କିଂ ଜୋନ୍ ପାଳଟିଛି। ଘଣ୍ଟା ଘଣ୍ଟା ଧରି ରାସ୍ତା ଅକ୍ତିଆର କଲା ଭଲି ସ୍ଥିତିରେ ଭାରିଯାନ ଗୁଡିକର ଲମ୍ବା ଧାଡି ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏଥିଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଥିବାର ନଜିର୍ ରହିଛି। କୋଇଲା ଖଣି କମ୍ପାନୀ ନିଜସ୍ବ ପାର୍କିଂ ଜୋନ୍ ନିର୍ମାଣ କରି ସେଠାରେ କୋଇଲା ପରିବହନ ପାଇଁ ଆସୁଥିବା ଭାରିଯାନ ଛିଡା କରୁ ବୋଲି ଅଞ୍ଚଳବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରେ ଦାବୀ କରିବା ସହିତ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
Popular Categories



