www.samajalive.in
Sunday, December 14, 2025
19.1 C
Bhubaneswar

ଭିଜିଲାନ୍ସ ଜାଲରେ ଜିଆରଏସ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରୁ ଇନ୍ଦ୍ରାକ୍ଷି ପଞ୍ଚାୟତର ଜିଆରଏସଙ୍କୁ ୨୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ କାବୁ କରିବା ସହ ୨୭ ହଜାର ଟଙ୍କା ଜବତ କରିଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ, ଇନ୍ଦ୍ରାକ୍ଷି ପଞ୍ଚାୟତ ଅନ୍ତର୍ଗତ ହନ୍ତଳୁ ଗ୍ରାମରେ ଭାଗ୍ୟ ବନ୍ଧର ପୁନରୁଦ୍ଧାର ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ମାଟି କାମ ନିମନ୍ତେ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପ୍ରଥମ କିସ୍ତିରେ ୨ ଲକ୍ଷ ୩୨ ହଜାର ୯୨୦ ଟଙ୍କାର‌ ବିଲ୍ ହୋଇଥିବା ବେଳେ ଏହି ବିଲ ପାସ କରିବା ନିମନ୍ତେ ହନ୍ତଳୁ ଗ୍ରାମର ଋଷି ରେଡ୍ଡୀଙ୍କୁ କାର୍ଯ୍ୟରତ ଜିଆରଏସ ସିଏଚ ଚାନ୍ଦ୍ରେୟା ୨୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁ ନେଇ ଋଷି ବ୍ରହ୍ମପୁର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଋଷି ବ୍ଲକ କାର୍ଯ୍ୟାଳୟ ପରିସରରେ ଚାନ୍ଦ୍ରେୟାଙ୍କୁ ୨୭ ହଜାର ଟଙ୍କା ଦେବା ନିମନ୍ତେ ସ୍ଥିର କରାଯାଇଥିଲା। ଦିନ ୧୧ଟା‌ ବେଳେ ଋଷି, ଚାନ୍ଦ୍ରେୟାଙ୍କୁ ଟଙ୍କା ଦେବା ସମୟରେ ପୂର୍ବରୁ ସେଠାରେ ଛପି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିବା ସହ ତାଙ୍କଠାରୁ ୨୭ ହଜାର ଟଙ୍କା ଜବତ କରିଥିଲେ। ଏଥିସହ ଉକ୍ତ ପଞ୍ଚାୟତ ଦାୟିତ୍ଵରେ ରହିଥିବା କନିଷ୍ଠ ଯନ୍ତ୍ରୀ ପ୍ରତାପ କୁମାର ନାୟକଙ୍କୁ ମଧ୍ୟ ଭିଜିଲାନ୍ସ ବ୍ଲକ ଅଫିସରୁ ଉଠାଇ ନେଇ ତଦନ୍ତ କରୁଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଇତି ମଧ୍ୟରେ ଗଞ୍ଜାମ ବ୍ଲକରେ କାର୍ୟ୍ୟରତ ଥିବା ବିଡିଓ ବିଶ୍ବଜିତ ରାୟଙ୍କୁ ରଙ୍ଗେଇଲୁଣ୍ଡା ବ୍ଲକ ବିଡିଓ ଭାବେ ବଦଳି କରାଯାଇଥିଲା ଏବଂ ବିଶ୍ବଜିତ ରାୟ ରଙ୍ଗେଇଲୁଣ୍ଡା ବ୍ଲକ ବିଡିଓ ଭାବେ ଦାୟିତ୍ଵ ତୁଲାଉଛନ୍ତି। କିନ୍ତୁ ଅଦ୍ୟାବଧି ୩ ମାସ ବିତିବାକୁ ବସିଥିବା ବେଳେ ଆଜି ଯାଏଁ ଗଞ୍ଜାମ ବ୍ଲକ ବିଡିଓ ଭାବେ କୌଣସି ଅଧିକାରୀ ଦାୟିତ୍ଵ ଗ୍ରହଣ କରିନଥିବାରୁ ଅପରାହ୍ନ ପର୍ଯ୍ୟନ୍ତ ରଙ୍ଗେଇଲୁଣ୍ଡା ବ୍ଲକ ଓ ଅପରାହ୍ନ ପରେ ଗଞ୍ଜାମ ବ୍ଲକ ବିଡିଓ ଭାବେ ଦାୟିତ୍ଵ ତୁଲାଉଛନ୍ତି।ଏହା ମଧ୍ୟରେ ସୋମବାର ଦିନ ଗଞ୍ଜାମ ବ୍ଲକରେ‌ କାର୍ଯ୍ୟରତ ଆସିଷ୍ଟାଣ୍ଟ ଇଞ୍ଜିନିୟର ବଂଶିଧର ପରିଡା ୪ ହଜାଧ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଆଜି ଗୋଟିଏ ଦିନ ବ୍ୟବଧାନରେ ରଙ୍ଗେଇଲୁଣ୍ଡା ବ୍ଲକର ଜିଆରଏସ ୨୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି। ଏଣୁ ଗୋଟିଏ ବିଡିଓ ଅଧିନରେ କାର୍ଯ୍ୟ କରୁଥିବା ଦୁଇ କର୍ମଚାରୀ ଦୁଇ ଦିନରେ‌ ଭିଜିଲାନ୍ସ ଜାଲରେ ପଡିବା ଘଟଣା ବିଡିଓଙ୍କ କାର୍ୟ୍ୟଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଅନ୍ୟପଟେ ଗତ ୧୯ ତାରିଖରେ ବ୍ଲକ କାର୍ଯ୍ୟାଳୟକୁ ପ୍ରଥମ ଅପିଲ ଶୁଣାଣି ନିମନ୍ତେ ସୂଚନା ଅଧିକାର କର୍ମୀ ବିଶ୍ବମ୍ବର ପାତ୍ର ବିଡିଓଙ୍କ ପ୍ରକୋଷ୍ଠକୁ ଯାଇ ବାହାରକ ବାହାରୁଥିବା ବେଳେ ତାଙ୍କୁ ଜୋରଜବରଦସ୍ତ ଅପହରଣ ସହ ମାଡ ମାରିବା ଘଟଣାରେ ମଧ୍ୟ ବିଡିଓଙ୍କ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories