www.samajalive.in
Sunday, December 14, 2025
16.1 C
Bhubaneswar

ମହେନ୍ଦ୍ର ଗୁପ୍ତା ଭୁବନେଶ୍ୱର କ୍ଳବର ଉପସଭାପତି

ଭୁବନେଶ୍ୱର: ଭୁବନେଶ୍ୱର କ୍ଳବର ନିର୍ବାଚନ ଫଳାଫଳ ରବିବାର ପ୍ରକାଶ ପାଇଛି । ଗୁପ୍ତା ପାୱାର ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ପରିଚାଳନା ନିର୍ଦ୍ଦେଶକ ମହେନ୍ଦ୍ର ଗୁପ୍ତା ପୁଣିଥରେ କ୍ଳବର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ମୋଟ୍‌ ୧୯୫୦ ସଦସ୍ୟଙ୍କ ମଧ୍ୟରୁ ୧୦୫୪ ସଦସ୍ୟ ମତଦାନ କରିଥିଲେ ।

ମତଦାନ ଲାଗି କ୍ଳବ୍‌ ପରିସରରେ ୫ଟି ବୁଥ୍‌ ହୋଇଥିଲା । ଅସୀତ୍‌ଙ୍କ ଟିମ୍‌ରେ ଉପସଭାପତି ପଦ ଲାଗି ମହେନ୍ଦ୍ର ଗୁପ୍ତା, ସମ୍ପାଦକ ପାଇଁ ଦିଲ୍ଲୀପ ରାଉତରାୟ ଏବଂ ଯୁଗ୍ମ ସଚିବ ପଦ ପାଇଁ ଅଶୋକ କୁମାର ମିଶ୍ର ଏବଂ ସତ୍ୟପ୍ରକାଶ ନନ୍ଦଙ୍କ ଟିମ୍‌ରେ ତାପସ ରାୟ ଉପସଭାପତି, ମାନସ ରଞ୍ଜନ ଦାସ ସମ୍ପାଦକ, ଜ୍ୟୋତିର୍ମୟ ମହାନ୍ତି ଯୁଗ୍ମ ସଚିବ ପଦ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ ।

- Advertisement -

ଏଥିରେ ମହେନ୍ଦ୍ର ଗୁପ୍ତା ୬୬୨ ଖଣ୍ଡ ଭୋଟ ପାଇ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ୱର କ୍ଳବ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କ୍ଳବ୍‌ ପରିସରରେ ବାଜା ଓ ବାଣ ଫୁଟାଇ ମହେନ୍ଦ୍ରଙ୍କ ସମର୍ଥକ ଖୁସି ପାଳନ କରିଥିଲେ । ଏହି ଅବସରରେ ମହେନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, କିଛିଦିନ ମଧ୍ୟରେ କ୍ଲବରେ ଯେଉଁ କାମହୋଇଛି ତାହାକୁ କ୍ଲବ୍‌ ସଦସ୍ୟମାନେ ସମର୍ଥନ କରିଛନ୍ତି । ଏହି କ୍ଲବକୁ ଏବେ ସାମାଜିକ, ସାଂସ୍କୃତିକ ଏବଂ ଅଭିଜ୍ଞ ପ୍ଲାଟ୍‌ଫର୍ମ କରିବାକୁ ଚେଷ୍ଟା କରିବୁ । ଏନେଇ ଦୂରଦୃଷ୍ଟି ଆମ ସମସ୍ତଙ୍କର ରହିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories