www.samajalive.in
Monday, December 15, 2025
24.1 C
Bhubaneswar

ବଦଳିବ ନୀଳିଆ ପୋଖରୀର ରୂପରେଖ

ଫୁଲବାଣୀ: ଦିନେ ସମଗ୍ର ସହରକୁ ଯୋଗାଉଥିଲା ପାଣି । ରକ୍ଷଣା ବେକ୍ଷଣା ଅଭାବରୁ ଆଜିକୁ ପ୍ରାୟ ୨୦ ବର୍ଷରୁ ଊର୍ଦ୍ଧ୍ଵ ହେବ ଉକ୍ତ ପୋଖରୀ ପାଲଟିଥିଲା ସଂପୂର୍ଣ୍ଣ ଭାବେ ପରିତ୍ୟକ୍ତ । ସମଗ୍ର ସହରରେ ନୀଳିଆ ବନ୍ଧଭାବେ ପରିଚିତ ଥିବା ଉକ୍ତ ପୋଖରୀରେ ଏଭଳି ଭାବେ ଦଳ ମାଡ଼ିଥିଲା ଯେ, ନଦେଖିବା ଲୋକ ତାକୁ ପଡ଼ିଆ ବୋଲି ଭାବୁଥିଲେ । ତେବେ ନିକଟରେ ହୋଇଥିବା ନିର୍ବାଚନରେ ପୌରାଧ୍ୟକ୍ଷ ଭାବେ ବିଜୟ ଲାଭ କରିଥିବା ସ୍ମିତାରାଣି ମହାନ୍ତି କିଛି ନୂଆ କରିବାରେ ପ୍ରତିଶ୍ରୁତି ନେଇଥିବା ବେଳେ ତାଙ୍କର ଚେଷ୍ଟା ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଉକ୍ତ ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ପୂର୍ବରୁ ଅନ୍ୟ ପୋଖରୀ ଗୁଡ଼ିକର ଅଳିଆ ଆବର୍ଜନା ଓ ଦଳ ଆଦି ସଫେଇ ହୋଇଥିବା ବେଳେ ସୋମବାର ଠାରୁ ଉକ୍ତ ନୀଳିଆ ପୋଖରୀର ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଖୋଦ୍‌ ଅଧ୍ୟକ୍ଷାଙ୍କ ଉପସ୍ଥିତି ରହି ଏହି ସଫେଇ କାର୍ଯ୍ୟର ତଦାରଖ କରୁଥିବା ଦେଖାଯାଇଛି । ପୋଖରୀ ସଫେଇ କରିବା ପରେ ଏହାର ରୂପ ରଙ୍ଗ ବଦଳାଯିବ ବୋଲି ମଧ୍ୟ ପୌରାଧ୍ୟକ୍ଷ ପ୍ରକାଶ କରିଛନ୍ତି । ପୂର୍ବରୁ ଯେଭଳି ଭାବେ ଉକ୍ତ ପୋଖରୀ ଗୁଡ଼ିକ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲେ ଠିକ୍‌ ସେହିଭଳି ପୁଣିଥରେ ଏହି ସବୁ ପୋଖରୀ ଗୁଡ଼ିକର ପୁନଃରୁଦ୍ଧାର କରାଯାଇ ସୌନ୍ଦର୍ଯ୍ୟ ବଢାଯିବ ବୋଲି ପ୍ରକାଶ କରିଛନ୍ତି ।

- Advertisement -

ତେବେ ପରବର୍ତ୍ତୀ ସମୟରେ ଏହାକୁ ସରସ ସୁନ୍ଦର ସହିତ ଆକର୍ଷଣୀୟ ପାଇଁ ସହରବାସୀଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି ପୌରାଧ୍ୟକ୍ଷ । ଦାୟିତ୍ୱ ନେବାର କିଛିଦିନ ମଧ୍ୟରେ ସହରରେ ରାସ୍ତା, ଡ୍ରେନ୍‌ ସଫେଇ ସହିତ ଆଲୋକ ବ୍ୟବସ୍ଥା ଭଳି ବହୁ କାର୍ଯ୍ୟ ହାତକୁ ନେଇଥିବା ଯୋଗୁ ପୌର ପରିଷଦବାସୀ ମଧ୍ୟ ପୌର ପରିଷଦରକୁ ସାଧୁବାଦ ଜଣାଇଛନ୍ତି ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories