www.samajalive.in
Monday, December 15, 2025
27.1 C
Bhubaneswar

ସଂସ୍କାର ପବ୍ଲିକ ସ୍କୁଲ ପକ୍ଷରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡର ରହଣିସ୍ଥିତ ସଂସ୍କାର ପବ୍ଲିକ ସ୍କୁଲ ପକ୍ଷରୁ କାମାକ୍ଷାନଗର ସହର ମଧ୍ୟରେ ଏକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଳ୍ପପତି ଶଙ୍କରଲାଲ ଖେମକା ଯୋଗଦେଇ ସଡ଼କ ସୁରକ୍ଷା ନେଇ ଏକ ଶୋଭାଯାତ୍ରାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ପରେ ଛାତ୍ରଛାତ୍ରୀ ମାନେ ଶୋଭାଯାତ୍ରାରେ ବାହାରି ସଡ଼କ ସୁରକ୍ଷା ଉପରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ l ସହର ପରିକ୍ରମା ସମୟରେ ଯାତାୟାତ କରୁଥିବା ଯାନ ଓ ପଥଚାରୀ ମାନଙ୍କୁ ସଚେତନ କରାଇଥିଲେ l ଶୋଭାଯାତ୍ରା ଥାନା ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଏକ ସଡ଼କ ସୁରକ୍ଷା ସମ୍ପର୍କିତ ଏକ ନାଟକ ପ୍ରଦର୍ଶନ ହୋଇଥିଲା l

ପରେ ଉପଖଣ୍ଡ ଡାକ୍ତରଖାନା ପରିସରକୁ ଛାତ୍ରଛାତ୍ରୀ ମାନେ ସଫେଇ କରିଥିଲେ l ଏହି ସବୁ କାର୍ଯ୍ୟକ୍ରମରେ ଥାନା ଅଧିକାରୀ ଶରତ ମହାଳିକ, ଡାକ୍ତରଖାନା ପରିଚଳିକା ରଶ୍ମୀପ୍ରଭା ସାମଲ ପ୍ରମୁଖ ଉପସ୍ଥିତ ଥିଲେ l ବିଦ୍ୟାଳୟର ଶିକ୍ଷକ ବିଭୁ ପ୍ରସାଦ ତ୍ରିପାଠୀ, ସତ୍ୟକାନ୍ତ ମିଶ୍ର, ଶିକ୍ଷୟିତ୍ରୀ ରୁଣୁବାଳା ନାୟକ, ମନସ୍ବିନୀ ନାୟକ, ସ୍ନେହଳତା ପାଣିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ଥମ୍ବ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories