କଟକ ଏସସିବିରୁ ଶିଶୁ ଚୋରି !
ମେଡିକାଲ କର୍ତ୍ତୃପକ୍ଷଙ୍କ ଖୋଳତାଡ଼ ଆରମ୍ଭ
ଭୁବନେଶ୍ବର: କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏସସିବି)ର ସ୍ପେଶିଆଲ ନ୍ୟୁବର୍ଣ୍ଣ କେୟାର ୟୁନିଟ(ଏସଏନସିୟୁ)ରୁ ନବଜାତ ଶିଶୁ କନ୍ୟା ଚୋରି କରାଯାଇଥିବା ଅଭିଯୋଗ ହୋଇଛି। ଚୋରି ଯାଇଥିବା ନବଜାତକର ମା’ ଯାଆଁଳ କନ୍ୟା ପ୍ରସବ କରିଥିଲେ। ଗୋଟିଏ ଝିଅକୁ ଧରି ମା’ ପ୍ରସୂତି ବିଭାଗ ୱାର୍ଡରେ ଅଛନ୍ତି। ଅନ୍ୟ ଝିଅଟି ଜଣ୍ଡିସ ଆକ୍ରାନ୍ତ ହେବାକୁ ତାଙ୍କୁ ଏସଏନସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏସଏନସିୟୁରୁ ଝିଅଟିକୁ କେହି ନେଇ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଚୋରି ଅଭିଯୋଗ ମିଳିବା ପରେ କଟକ ଏସସିବି ମେଡ଼ିକାଲ କର୍ତ୍ତୃପକ୍ଷ ଖୋଳତାଡ଼ ଆରମ୍ଭ କରିଛନ୍ତି।
Comments are closed.