www.samajalive.in
Sunday, December 14, 2025
14.1 C
Bhubaneswar

ଅଜଣା ରୋଗରେ ଆକ୍ରାନ୍ତ ଯୁବକ; ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଳି ପଞ୍ଚାୟତ ତାଳବରା ଗ୍ରାମର ଗୋରିଆ ହରିଜନ(୪୦) ୬ ମାସ ହେଲା ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦେହ ସମ୍ପୂର୍ଣ୍ଣ ଅଚଳ ହୋଇ ଯିବାରୁ ଶଯ୍ୟାଶାୟୀ ହୋଇ ରହିଛନ୍ତି। ଗୋରିଆ ହରିଜନ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ଏବେ ସେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମରଣ ସହ ଲଢେଇ କରୁଥିବା ବେଳେ ପରିବାର ଏବେ ଦୂରଦିନ ଅବସ୍ଥାରେ ରହିଛନ୍ତି। ଗୋରିଆଙ୍କୁ ୬ ମାସ ତଳେ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଚିକିତ୍ସା ପାଇଁ ପ୍ରଥମେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଁ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରି ପ୍ରାୟ ଦେଢ଼ଲକ୍ଷ ଟଙ୍କା ଖର୍ଚ କରିଥିଲେ, କିନ୍ତୁ ରୋଗ ବିଷୟରେ ଜଣା ପଡିନଥିଲା। ଏହାପରେ ନିରାଶ ହୋଇ ଘରକୁ ଫେରିଥିଲେ ପରିବାର। ଶେଷରେ ସ୍ତ୍ରୀ ତୁଳା ହରିଜନ ବନ୍ଧୁ ବାନ୍ଧବଙ୍କଠାରୁ ଟଙ୍କା ଧାର ଉଦ୍ଧାର କରି ବୁର୍ଲା ଡାକ୍ତରଖାନା ନେଇ ସେଠାରେ ମଧ୍ୟ ଗୋରିଆଙ୍କ ଅସ୍ତ୍ରୋପଚାର କରାଇଥିଲେ। କିନ୍ତୁ ସେଠାରେ ମଧ୍ୟ ରୋଗର ବିଷୟରେ କିଛି ଜଣା ପଡିନଥିଲା। ବୁର୍ଲା ଡାକ୍ତରଖାନାରୁ ପୁଣି ନିରାଶ ହୋଇ ଫେରିବାକୁ ପଡିଥିଲା ତୁଳା ହରିଜନଙ୍କୁ । ପୁଣି ନିଜ ଗହଣା ଓ ଜମି ବନ୍ଧା ରଖିବା ସହ ବନ୍ଧୁ ବାନ୍ଧବଙ୍କଠାରୁ ୨ ଲକ୍ଷ ଯୋଗାଡ଼ କରିବା ପରେ ବିଶାଖାପାଟଣା ଡାକ୍ତରଖାନାକୁ ପୁଣି ଗୋରିଆଙ୍କୁ ନେଇ ଅସ୍ତ୍ରୋପଚାର କରାଯାଇଥିଲା। ବିଶାଖାପାଟଣା ମେଡିକଭର ଡାକ୍ତରଖାନାରେ ହାରାହାରି ୧୮ ଦିନ ରହିବା ପରେ ମଧ୍ୟ ସେ ଘରକୁ ନିରାଶ ହୋଇ ଫେରିଛନ୍ତି। ଏବେ ସେ ମରଣ ସହ ଲଡେଇ କରୁଥିବା ବେଳେ ସ୍ତ୍ରୀ ତୁଳା ହରିଜନ ସହାୟତା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories