www.samajalive.in
Sunday, December 14, 2025
26.1 C
Bhubaneswar

କଣ୍ଟା ପୀଢାରେ ବସି ପ୍ରଶ୍ନର ଉତ୍ତର ଦିଅନ୍ତି କାଳିସୀ- ମା’ କୁଠାରୀଶ୍ୱରୀ ଓ କୁରେଇସୁଣି ପୀଠରେ ନବରାତ୍ରୀ ପୂଜା ଆରମ୍ଭ

ପାତ୍ରପୁର- ପାତ୍ରପୁର ବ୍ଲକର ଦୁଇ ଶକ୍ତିପୀଠ ମା’ କୁଠାରୀଶ୍ୱରୀ ଓ କୁରେଇସୁଣି ପୀଠରେ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ପାତ୍ରପୁର ଗ୍ରାମରେ ଅଧିଷ୍ଠିତ ଦେବୀ ମା’କୁଠାରୀଶ୍ୱରୀ ଙ୍କ ୫୬ତମ ନବରାତ୍ରୀ ପୂଜା ପାଇଁ ରବିବାର ସନ୍ଧ୍ୟାରେ ବିଲ୍ୟ ଅଧିବାସ କରାଯାଇଥିଲା । ସୋମହାରରେ କଳ୍ପ ପୂଜା କରାଯିବ ସହ ଅନ୍ୟାନ୍ୟ କାର୍ଯ୍ୟ ହୋମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପୂଜା ପାଇଁ ମାଆଙ୍କ ପୀଠ ଚଳ ଚଞ୍ଚଳ ହୋଇ ଉଠିଛି।

ଗ୍ରାମ ତଥା ପଡ଼ୋଶୀ ଆନ୍ଧ୍ର ଏବଂ ଅଂଚଳର ବହୁ ଭକ୍ତ ମାଆଙ୍କ ଦର୍ଶନ ସହ ପୂଜା ପାଠ କରିବା ପାଇଁ ରୁଣ୍ଡ ହେଉଥିବା ଜଣାଯାଇଛି । ଆସନ୍ତା୨ ତାରିଖ ଅର୍ଦ୍ଧରାତ୍ରି ପୀଠ ଦେବୀଙ୍କ ମହାଷ୍ଟମୀ ପୂଜା ସହ ପୁର୍ଣ୍ଣ।ହୁତି ଅନୁଷ୍ଠିତ ହେବ। ସେହି ପରି ଅନ୍ୟତମ ପ୍ରସିଦ୍ଧ ଦେବୀ ପୀଠ ତୁରିବୁଡି ପଞ୍ଚାୟତ ର ନୁଆଁଗଡ଼ ଗ୍ରାମରେ ଥିବା କୁରେଇସୁଣି ଠାରେ ଗତରାତ୍ର ପବିତ୍ର ବାହୁଦା ନଦୀରୁ ପୂଜା ପ।ଠ କରି ଚାଙ୍ଗୁଡ଼ି ରେ ବାଲି ସଂଗ୍ରହ କରାଯାଇଥିଲା।

- Advertisement -

ଦୁଇଟି ବାଉଁଶ ଘଷି ସେଥିରୁ ଅଗ୍ନି ବାହାର କରି ସେହି ଅଗ୍ନିରେ ଅଖଣ୍ଡ ଦୀପ ପ୍ରଜଳ୍ୱନ କରାଯିବ। ପଞ୍ଚମୀ ତିଥିରେ ପଞ୍ଚ ବୁରୀୟ। ମୁଗ କୋଲଥ ଧାନ ବିରି ପ୍ରଭୁତି କୁ ତତଲା କରେଇ ରେ ଭାଜି ପୂର୍ବରୁ ନଦୀରୁ ଅଣା ଯାଇ ଚାଙ୍ଗୁଡ଼ିରେ ଥିବା ବାଲିରେ ଗଜା ପକାଯିବ । ମହାଷ୍ଟମୀ ଦିନ ଜ।ନୀକୁ ପ୍ରଭୁ ସଵାରୀ ହୋଇ କଣ୍ଟା ପିଢ଼ାରେ ବସି ପ୍ରଥମେ ସୁରଙ୍ଗୀ ରାଜାଙ୍କ(ପୂର୍ବତନ ଜମିଦାର ଙ୍କ) ମୁଦ (ପ୍ରଶ୍ନ)ର ଉତ୍ତର ଦେବା ପରେ ଅନ୍ୟ ଭକ୍ତ ଙ୍କ ପ୍ରଶ୍ନ ର ଉତ୍ତର ଦେଇଥାଆନ୍ତି । ମାଆ ଙ୍କ ଏହି ଯାତ୍ରା ଅବସରରେ ନିଆଁରେ ଚାଲିବ। କଣ୍ଟା ଦୋଳିରେ ଝୁଲିବା ସହ ପ୍ରଭୁଙ୍କ ଖଣ୍ଡା ଗ୍ରାମ ପରିକ୍ରମା କରିବା ପରେ ବିଶର୍ଜନ କରା ଯିବ ।

ସୁରଙ୍ଗୀ ର ତତ୍କାଳୀନ ଜମିଦାର ରାଜା ଙ୍କ ଦ୍ଵାରା ପ୍ରତିଷ୍ଠିତ ଦେବୀ କୁରେଇସୁଣି ଙ୍କ ମହିମା ଅପାର ବୋଲି ପ୍ରବାଦ ରହିଛି । ଏହି ପୀଠରେ ଅପୁତ୍ରିକ ସନ୍ତାନ ପ୍ରାପ୍ତି ହେବା ସହ ବିଭନ୍ନ ଦୁରାରାଗ୍ୟ ବ୍ୟାଧିଗ୍ରସ୍ତ ପ୍ରଭୁଙ୍କ ଅ।ଜ୍ଞା ପ୍ରାପ୍ତି ହୋଇ ଫଳ ପ୍ରାପ୍ତି ହୋଇ ଥାଆନ୍ତି। ପ୍ରତି ବର୍ଷ ଆଶ୍ୱୀନ ମାସରେ ମାଆ ଙ୍କୁ ଦର୍ଶନ ପାଇଁ ପ୍ରବଳ ଭକ୍ତ ଙ୍କ ଭିଡ ଲାଗିଥାଏ। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗରୁ ଭକ୍ତ ମାନେ ନିଜର ମାନସିକ ପୁରୁଣ ପାଇଁ ଏହିପୀଠକୁ ଆସୁଛନ୍ତି । ଏହି ପୀଠକୁ ରାସ୍ତା ଘାଟ ନଥିବା ବେଳେ ପୂର୍ବରୁ ହିଂସ୍ରଜନ୍ତୁଙ୍କ ଭୟ ଲାଗି ରହୁଥିଲା। ଏପରିକି ପକ୍କା ରାସ୍ତା ଟିଏ ନଥିବା ବେଳେ ପାନୀୟ ଜଳ ଏବଂ ରହିବା ସୁବିଧା ନଥିଲା।

ପୀଠକୁ ଏବେ ବିଭିନ୍ନ ଦିଗରୁ ସଡକ ନିର୍ମାଣ କରାଯାଇଛି। ଗଜପତି ଜିଲ୍ଲା ମହେନ୍ଦ୍ର ଗଡକୁ ପୀଠ ଠାରୁ ନୂତନପ୍ରଶସ୍ତ ରାସ୍ତା ସଂଯୋଗ ହୋଇଛି । ପୀଠ ନିକଟରେ ପୁରାଣ ବର୍ଣ୍ଣିତ(ଅମରକୋଷ)ବ।ହୁଦା ନଦୀରେ ବାଘଲଟି ଡେମ ନିର୍ମାଣ ହେବ ଫଳରେ ପର୍ଯ୍ୟଟକମାନଙ୍କ ଭିଡ ବର୍ଷ ତମାମ ଲାଗିରହୁଛି । ପର୍ଯ୍ୟଟକମାନେ ଦେବୀ ପୂଜା ସହ ଜଳଭଣ୍ଡାର ଦେଖି ବଣ ଭୋଜିର ମଜା ନେଇ ଥାଆନ୍ତି ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories