www.samajalive.in
Monday, December 15, 2025
16.1 C
Bhubaneswar

ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ସମନ୍ୱୟ ଓ ବିକାଶ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ:  ସମଗ୍ର ପଶ୍ଚିମାଞ୍ଚଲକୁ ଏକ୍‌ତାର ବନ୍ଧନରେ ବାନ୍ଧିବା ପାଇଁ ଭାଷା, ସଂସ୍କୃତି ପରମ୍ପରା ଐତିହ୍ୟର ପ୍ରଚାର ପ୍ରସାର କରିବା ଏବଂ ସମସ୍ତ ଅଂଚଳର ବିକାଶ ପାଇଁ ଏକ୍‌ତା ମଞ୍ଚର କାର୍ଯ୍ୟକର୍ତ୍ତା ମାନେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ଏକ ସ୍ୱତନ୍ତ୍ର ବୈଠକରେ ଯୋଗଦାନ କରିଥିଲେ । ପଶ୍ଚିମାଞ୍ଚଳ ଏକ୍‌ତା ମଞ୍ଚର ବୌଦ୍ଧଜିଲ୍ଲା ଶାଖା ସଂଯୋଜକ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ଐତିହାସିକ ରାମେଶ୍ୱର ମନ୍ଦିର ପରିସରରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ବିଗତ ଦିନରେ ବୌଦ୍ଧଜିଲ୍ଲାକୁ ଦକ୍ଷିଣାଞ୍ଚଳ ଆର୍‌.ଡି.ସି. ଅଧିନରୁ ଉତରାଞ୍ଚଳ ରାଜସ୍ୱ ଅଧିନକୁ ଆଣିବା ପାଇଁ ପ୍ରୟାସ ଜାରି ରହିଥିବାବେଳେ ଆସନ୍ତା ଦିନମାନଙ୍କରେ ରେଳପଥ ଓ ପର୍ଯ୍ୟଟନର ବିକାଶ, ମହାନଦୀର ସୁରକ୍ଷା ପାଇଁ ମିଳିତ ପ୍ରୟାସ କରାଯିବ ବୋଲି ଆଲୋଚନା ହୋଇଥିଲା । ଆବାହକ ଭବାନୀ ଭୋଇ ଏକ୍‌ତା ମଂଚର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରି ବିଭିନ୍ନ ଜିଲ୍ଲାର ମୁଖ୍ୟ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ସଂଯୋଜକ ମାନସ ରଂଜନ ବକ୍ସି ହାଇକୋର୍ଟର ସ୍ଥାୟୀ ବେଂଚ, ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟାଳୟ ଏବଂ ସର୍ବୋପରି ଅଲଗା ରାଜ୍ୟ ର ନାଁ ଆଦି ପ୍ରସଙ୍ଗରେ ମତାନ୍ତର ପ୍ରକାଶ ପାଉଥିବାରୁ ଏହି ଅଂଚଳର ବିକାଶରେ ବାଧା ଦେଖାଦେଉଅଛି ଏବଂ ସେଥିପାଇଁ ସମସ୍ତଙ୍କ ଉପସ୍ଥିତିରେ ଆଲୋଚନାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ସଂଯୋଜକ ସୁବୋଧ କୁମାର ଦୋରା, ସନ୍ତୋଷ ବଢାଇ, ରାଜେଶ ସ୍ୱାଇଁ ଓ ରାହୁଲ ଗୁପ୍ତା ପ୍ରମୁଖ ଆସନ୍ତା ଅକ୍ଟୋବର ୧୬ ତାରିଖରେ ବିଭିନ୍ନ ଜିଲ୍ଲାର ସଂଗଠନ ମୁଖ୍ୟମାନଙ୍କୁ ନେଇ ଆଲୋଚନା ସମାବେଶର ରୁପରେଖ ସଂପର୍କରେ ଆଲୋଚନା କରିଥିଲେ । ବୌଦ୍ଧଜିଲ୍ଲାର ବିଭିନ୍ନ ସଂଗଠନମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରିବା ପାଇଁ ଜିଲ୍ଲା ସଂଯୋଜକ ଦେବାଶିଷ ପୁରୋହିତଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ । ଏହି ବୈଠକରେ ସୁନିଲ କୁମାର ପଣ୍ଡା, ସୂର୍ଯ୍ୟେନ୍ଦ୍ର କୁମାର ଶତପଥି, ମୀନକେତନ ବାଘ, ରାଜକିଶୋର ରାଓ, ରଜତ କୁମାର ମହାପାତ୍ର ଓ କାର୍ଯ୍ୟକ୍ରମ ସଂଯୋଜକ ସୀତାକାନ୍ତ ସିଂ ପ୍ରମୁଖ ଯୋଗଦାନ କରିଥିଲେ ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories