www.samajalive.in
Monday, December 15, 2025
16.1 C
Bhubaneswar

କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିନାହିଁ ବିଗତ ବର୍ଷର ବୀମାରାଶି; ଆରମ୍ଭ ହେଲା ଅଧିକାର ପଦଯାତ୍ରା

ଦେବଗଡ଼: ମରୁଡି ସତ୍ୱେ ବୀମା ରାଶି ପାଇ ପାରିନାହାନ୍ତି ଦେବଗଡ ଜିଲା ରିଆମାଳ ବ୍ଲକ ଓ ବାରକୋଟ ବ୍ଲକର ୫ଟି ଗ୍ରାମ ପଂଚାୟତର ବୀମାଭୁକ୍ତ ଚାଷୀ । ଏଣୁ ଏହାର ପ୍ରତିବାଦ କରାଯିବା ସହକ୍ଷତିଗ୍ରସ୍ତ ଚାଷୀଙ୍କୁ ଅବିଳମ୍ବେ ବୀମାରାଶି ପ୍ରଦାନ ପାଇଁ ଚାଷୀ ମାନଙ୍କ ଦ୍ୱାରା ଦେବଗଡ ଜିଲା କୃଷକ ସଂଘର୍ଷ ସଂଘ ଜରିଆରେ ରବିବାର ଅଧିକାର ପଦଯାତ୍ରା ଆରମ୍ଭ ହୋଇଛି । ଦେବଗଡ ଜିଲା କୃଷକ ସଂଘର୍ଷ ସଂଘର ସଭାପତି ସେମ ହେମ୍ରମ ଓ ସମ୍ପାଦକ ଗୁଣନିଧି ବେହେରାଙ୍କ ନେତୃତ୍ୱରେ ଗତକାଲି ପୂର୍ବାହ୍ନରେ ଏହି ଅଧିକାର ପଦଯାତ୍ରା ରିଆମାଳ ବ୍ଲକ ଅନ୍ତର୍ଗତ କରଲଗା ଗ୍ରାମ ପଂଚାୟତ ସଦର ମହକୁମାରୁ ବିଭିନ୍ନ ସ୍ଲୋଗାନ ସହ ଆରମ୍ଭ ହୋଇଥିବା ବେଳେ ପଳସମା, ବାଘବର ଓ ଖିଲେଇ ଗ୍ରାମ ପଂଚାୟତ ଦେଇ ସଂଧ୍ୟାରେ ନୂଆଁଡିହି ଗ୍ରାମ ପଂଚାୟତ ସଦର ମହକୁମାରେ ପହଂଚିଛି ।

ଏହି ପଦଯାତ୍ରାରେ ଶହଶହ ଚାଷୀ ଉତ୍ସାହର ସହ ଅଂଶଗ୍ରହଣ କରୁଥିବା ବେଳେ ପଦଯାତ୍ରା କାରୀ ମାନଙ୍କୁ ପ୍ରତ୍ୟେକ ଗ୍ରାମରେ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଥିବା ପରିଲକ୍ଷିତ ହେଉଛି । ଏହି ଅଧିକାର ପଦଯାତ୍ରା ଆଜି ଛେପିଲିପାଲି, ସୁଗୁଡା, କଲଣ୍ଡା ଗ୍ରାମ ପଂଚାୟତ ଓ ବଣିଆଁକିଲିଣ୍ଡା ଗ୍ରାମ ପଂଚାୟତ ଅତିକ୍ରମ କରିବା ପରେ ଦେବଗଡ ପୌରାଂଚଳରେ  ପହଂଚିବ । ସ୍ଥାନୀୟ ଗୋପବନ୍ଧୁ ଛକଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ପରେ ଏହି ପଦଯାତ୍ରା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶେଷ ହେବା ସହ ସେଠାରେ ଶତାଧିକ  ଚାଷୀ ରିଲେ ଅନଶନ ଆରମ୍ଭ କରିବେ ।

- Advertisement -

ସେହିପରି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଉକ୍ତ ରିଲେ ଅନଶନ ଜାରି ରହିବ ବୋଲି ସଂଘର ସଭାପତି ଶ୍ରୀ  ହେମ୍ରମ ସୂଚନା ଦେଇଛନ୍ତି ।  ଆଜିର ଏହି ପଦଯାତ୍ରାରେ  ଲଳିତ ମୋହନ ପ୍ରଧାନ, ସୁଶୀଳ କୁମାର, ବାବୁ ପ୍ରଧାନ, ଦେବରାଜ ପ୍ରଧାନ, ତେଜରାଜ ପ୍ରଧାନ, ଗିରିଧାରୀ ପ୍ରଧାନ, ଅଜୟ ଦେହୁରୀ, ଗଣପତି ପ୍ରଧାନ, ଭାଗିରଥି କୁମୁରା, ବୈଷ୍ଣବ ଦେହୁରୀ, ମନମୋହନ ମହାକୁଳ ,ମୁଳିଅ ଗଡତିଆ, ଶଙ୍କର ଗଡତିଆ ଓ ଯୋଗେଶ୍ୱର ସୁହୁଳାଙ୍କ ସମେତ ବହୁ ଚାଷୀ ଏବଂ ଚାଷୀ ନେତା ସାମିଲ ହୋଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ଏବଂ ‘ଏଚ୍‌ଡିଏଫ୍‌ସି’ ବୀମା କମ୍ପାନୀ ଦେବଗଡ ଜିଲାର ଚାଷୀ ମାନଙ୍କୁ ଜାଣିଶୁଣି ବୀମାରାଶି ପ୍ରଦାନ କରୁନଥିବା ସଂଘର୍ଷ ସଂଘ ପକ୍ଷରୁ ବାରମ୍ବାର ଦାବି ପରେ କେତେକ ପଂଚାୟତର ଚାଷୀ ମାନଙ୍କୁ  ବୀମାରାଶି ପ୍ରଦାନ କରାଯାଇଛି ସତ, ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ରିଆମାଳ ବ୍ଲକର କରଲଗା,ପଳସମା,ନୂଆଁଡିହୀ ଓ ବାରକୋଟ ବ୍ଲକର ଦନ୍ତାରୀବହାଳ ଗ୍ରାମ ପଂଚାୟତର ଚାଷୀଙ୍କୁ ବିଗତ ବର୍ଷର ବୀମାରାଶି ପ୍ରଦାନ କରାଯାଇନାହିଁ । ଫଳରେ କ୍ଷତିଗ୍ରସ୍ତ ଚାଷୀ ମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । ଏଣୁ ବାଧ୍ୟ ହୋଇ ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଏହି ଅଧିକାର ପଦଯାତ୍ରା ଆରମ୍ଭ ହୋଇଥିବା ସଂଘ ପକ୍ଷରୁ ଦର୍ଶାଯାଇଛି ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories