www.samajalive.in
Monday, December 15, 2025
15.1 C
Bhubaneswar

ଜଙ୍ଗଲ ଓ ହାତୀପଥ ବାଧକ

ଭୁବନେଶ୍ୱର : ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଏବେ ଅନିଶ୍ଚିତତା ଭିତରକୁ ଚାଲି ଯାଇଛି। ଗତିପଥରେ ଜଙ୍ଗଲ ଜମି ଓ ହାତୀ ଚଲାପଥ ପଡୁଥିବାରୁ ପରିବେଶ ଅନୁମତିରେ ବାଧା ଉପୁଜିଛି। ଗୋଟିଏ ପଟେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ୍) ଉକ୍ତ ଅଞ୍ଚଳରେ କେତେକ ସର୍ତ୍ତାବଳୀକୁ ନେଇ ଗତ ୨୨ ତାରିଖରେ ରେଳପଥ ଲାଗି ଅନୁମତି ପ୍ରଦାନ କରିଥିବା ବେଳେ ଅନ୍ୟପକ୍ଷେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଆପତ୍ତି ଉଠାଇଛି। ଏନେଇ ଗତ ୧୫ରେ ଏକ ଉଚ୍ଚସ୍ତରୀୟ ବୈଠକରେ ତର୍ଜମା କରାଯିବା ପରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ୧୧୨ ରୁ ୧୮୦ କିମି ପର୍ଯ୍ୟନ୍ତ ୬୮କିମି ରେଳପଥକୁ ପରିବେଶ ଅନୁମତି ନ ଦେଇ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ମାତ୍ର ଏହି ପରିପ୍ରେକ୍ଷୀରେ ରବିବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣା‌େ‌ର ହସ୍ତକ୍ଷେପ କରିବା ପରେ ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଛି। ଆଜିର ବୈଠକରୁ ଜଣାଯାଇଛି ଯେ, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ୧୪୩ କିମିରୁ ୧୮୦ କିମି ପର୍ଯ୍ୟନ୍ତ ଜଙ୍ଗଲ ଜମି ରହିଥିଲେ ହେଁ ହାତୀ ଚଲାପଥ ନାହିଁ, ତେଣୁ ନିର୍ମାଣ କାର୍ଯ୍ୟ ହୋଇପାରିବ। ଏଥିପାଇଁ ଜଙ୍ଗଲ ମନ୍ତ୍ରାଳୟ ପୁନର୍ବାର ତର୍ଜମା କରି ଅନୁମତି ଦେଇପାରେ ବୋଲି ମନ୍ତ୍ରାଳୟର ଉପମହାନିର୍ଦେଶକ ତଥା ଆଇଆରଓ ଏ. ଟି. ମିଶ୍ର କହିଛନ୍ତି। ତେବେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ୧୧୨ କିମିରୁ ୧୪୩ କିମି ପର୍ଯ୍ୟନ୍ତ ହାତୀ ଚଲାପଥ ଓ ଜଙ୍ଗଲ ରହିଥିବାରୁ ଏନେଇ ଆଜିର ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ ବୋଲି କହିଥିବା ବୈଠକରୁ ଜଣାଯାଇଛି।
ଅନ୍ୟପକ୍ଷରେ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତ ୧୫ ତାରିଖରେ ଅନୁଷ୍ଠିତ ବୈଠକର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଶୂନରୁ ୧୧୨ କିମି ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ବି.ଜି. ରେଳ ଲିଙ୍କ ଲାଗି ଦୁଇଟି ପର୍ଯ୍ୟାୟ ପରିବେଶ ଅନୁମତି ମିଳି ସାରିଛି। ସେହିପରି ୧୮୦ରୁ ୨୮୯ କିମି ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପରିବେଶ ଅନୁମତି ମିଳିଛି। ହେଲେ ୧୧୨ କିମିରୁ ୧୮୦ କିମି ପର୍ଯ୍ୟନ୍ତ ଅଞ୍ଚଳ ଜଙ୍ଗଲ ଜମି ଓ ହାତୀ ଚଲାପଥ ରହିଥିବାରୁ ଏହାକୁ ଅନୁମତି ଯୋଗାଇବା ସମ୍ଭବପର ହୋଇପାରୁନାହିଁ। ଏହାକୁ ସ୍ଥଗିତ ରଖିବା ସହିତ ଗତିପଥ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପୂର୍ବରୁ ରେଳପଥ ଲାଗି ଜମି ଅଧିଗ୍ରହଣ ପ୍ରକ୍ରିୟା ଜୋରଦାର ଚାଲିଥିଲା। ବୁଗୁଡାରୁ ବାଣୀଗୋଚ୍ଛା ମଧ୍ୟରେ ଚାଷୀଙ୍କ ଜମି ଅଧିଗ୍ରହଣ ବାବଦକୁ ରାଜ୍ୟ ସରକାର ପ୍ରାୟ ୩୮କୋଟି ଟଙ୍କା ପ୍ରଦାନ କରି ସାରିଛନ୍ତି। ଯଦି ରେଳପଥ ପରିବର୍ତ୍ତନ ହେବ ତେବେ ଚାଷୀଙ୍କ ଟଙ୍କା କିଭଳି ଫେରସ୍ତ ଆସିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ୬ଟି ଜିଲାବାସୀଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତି ହୋଇଥାନ୍ତା। ବିଶେଷକରି ପୁରୀ, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲାବାସୀ ଉପକୃତ ହୋଇଥାନ୍ତେ। ଏହାସହିତ ନୂଆଦିଲ୍ଲୀ, ମୁମ୍ବଇ ତଥା ପଶ୍ଚିମ ଭାରତକୁ ଯାତାୟାତରେ ୧୪୦ କିମି କମ୍ ପଡିଥାନ୍ତା। ଯଦି ଏହି ରେଳପଥର ଗତିପଥ ପରିବର୍ତ୍ତନ ହୁଏ, ତେବେ ପୁଣିଥରେ ସର୍ବେକ୍ଷଣ କରାଯିବା ସହିତ ସାନି ଟେଣ୍ଡର ,ପରିବେଶ ଅନୁମତି, ପିସିସିଏଫ୍ ଅନୁମତି ଭଳି ବିଭିନ୍ନ ସମସ୍ୟା ଉଠିବ। ଇତିମଧ୍ୟରେ ରେଳବାଇ ସହିତ ରାଜ୍ୟ ସରକାରଙ୍କ ବୁଝାମଣା ହେବାର ୨୭ବର୍ଷ ବିତିଲାଣି। ଯଦି ପୁଣିଥରେ ଗତିପଥ ପରିବର୍ତ୍ତନ ହେବ ତେବେ କେତେ ସମୟ ବିଳମ୍ବ ହେବ ତାହା କହିହେବ ନାହିଁ। ଘଟଣାର ଗୁରୁତ୍ବକୁ ନେଇ କେନ୍ଦ୍ର ରେଳ ଓ ଜଙ୍ଗଲ ମନ୍ତ୍ରାଳୟ ତୁରନ୍ତ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories