www.samajalive.in
Monday, December 15, 2025
16.1 C
Bhubaneswar

ପାର୍ବଣ ପାଇଁ ସ୍ୱତନ୍ତ୍ର ଅଫର, ଉନ୍ମୋଚନ ହେଲା ‘ଖୁସିୟୋଁ କା ତୋହାର’

ଭୁବନେଶ୍ୱର : ପାର୍ବଣ ଅବସରରେ କଳ୍ପନା ଛକସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଏବଂ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ମଲ୍ ପରିସରରେ ଆରମ୍ଭ ହୋଇଛି ‘ଖୁସିୟୋଁ କା ତୋହାର’। କାର୍ଯକ୍ରମରେ ଓଡ଼ିଶୀ ନୃତ୍ୟଗୁରୁ ଶାସ୍ୱତ ଯୋଶୀ ଅତିଥି ଭାବେ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ। ସେପ୍ଟେମ୍ବର ୧୬ରୁ ଆରମ୍ଭ ହୋଇଥିବା ଏହି ‘ଖୁସିୟୋଁ କା ତୋହାର’ ଆସନ୍ତା ମାସ ୨୮ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଗ୍ରାହକଙ୍କୁ କିଣାକିଣି ଉପରେ ସ୍ୱତନ୍ତ୍ର ଅଫର ମିଳିବ। ସବୁଠାରୁ ବଡ଼ କଥା ହେଲା ଏହି ମଲ୍‌ରେ ୨୯୯୯ ଟଙ୍କାରୁ ଉର୍ଦ୍ଧ୍ୱ କ୍ରୟ ଉପରେ ଏକ ଲକି କୁପନ୍ ଦିଆଯାଉଛି। ଏହି ସ୍ୱତନ୍ତ୍ର ଅଫର୍ ସମୟରେ ଗ୍ରାହକଙ୍କ ଅଧିକ କିଣା ଉପରେ ଅଧିକ କୁପନ ମିଳିବା ସହ ଅଧିକ ପୁରସ୍କାର ଜିତିବାର ସୁଯୋଗ ରହିଛି। ଅକ୍ଟୋବର ୨୮ରେ ଲକି ଡ୍ର କରାଯାଇ ବିଜେତାମାନଙ୍କୁ ପୁରସ୍କୃତ କରାଯିବ। ବିଜେତାଙ୍କୁ ସ୍କୁଟି, ଫ୍ରିଜ୍‌, ୱାସିଂ ମେସିନ, ଏଲଇଡ଼ି ଟିଭି, ଇଣ୍ଡକ୍ସନ ଚୁଲା, ଆଇରନ, ମାଇକ୍ରୋଓଭନ୍ ଏବଂ ସୁନା ମୁଦ୍ରା ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ ବୋଲି ମଲର ମାର୍କେଟିଂ ମୁଖ୍ୟ ଦୁଲାଲ ଚନ୍ଦ୍ର ସାହୁ କହିଛନ୍ତି।
ଆଜିର କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଏଚଡିଏଫସି ବ୍ୟାଙ୍କ, ଓଡ଼ିଶାର ଜୋନାଲ ମ୍ୟାନେଜର ଦୀପକ ସିଂହ, ଅରୁନ୍ଧତି ମୋଟର ବାଇକ୍ସର ସିନିୟର ସେଲସ୍ ମ୍ୟାନେଜର ସତ୍ୟବ୍ରତ ମହାନ୍ତି, ଜେ ଓ ଟି ଜେମ୍‌ସ ଓ ଜୁଏଲାରୀର ନିର୍ଦେଶକ ମଧୁଶ୍ରୀ ଚୌଧୁରୀ, ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଜେନେରାଲ ମ୍ୟାନେଜର କ୍ରିଷ୍ଣେନ୍ଦୁ ପଣ୍ଡିତ୍ ପ୍ରମୁଖ ଉପସ୍ଥିତ ଥିଲେ। ଏହାକୁ ଅରୁନ୍ଧତି ମୋଟରବାଇକ୍ସ ଏବଂ ଜେ ଆଣ୍ଡ ଟି ଜେମ୍ସ ଜୁଏଲାରୀ ସହଯୋଗ କରୁଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories