www.samajalive.in
Friday, December 12, 2025
17.1 C
Bhubaneswar

କର୍କଟରୋଗ ସଚେତନତା ଓ ନିରୂପଣ ଶିବିର

ଗୁରୁଡିଝାଟିଆ: ବରିଷ୍ଠ ନାଗରିକ ମଞ୍ଚ ଗୁରୁଡିଝାଟିଆ ନବେଢା ପକ୍ଷରୁ ଗୁରୁଡିଝାଟିଆ ସରସ୍ୱତୀ ଶିଶୁମନ୍ଦିର ପରିସରରେ କର୍କଟରୋଗ ସଚେତନତା ଓ ନିରୂପଣ ଶିବିର ଅନୁଷ୍ଠିତ ହୋଇଛି। ଚୌଦ୍ୱାର ରୋଟାରୀ କ୍ଲବ ଓ କଟକ ରୋଟାରୀ କ୍ଲବ ଗୋଲ୍ଡେନଷ୍ଟାର ଓ ଆୱାକେନର ସହଯୋଗରେ ସ୍ଥାନୀୟ କାର୍ସିନୋଭା କର୍କଟରୋଗ ଚିକିତ୍ସା କେନ୍ଦ୍ର ପକ୍ଷରୁ ଏହି ସଚେତନତା ଓ ରୋଗ ନିରୂପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୮୦ରୁ ଅଧିକ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ବରିଷ୍ଠ ନାଗରିକ ମଞ୍ଚ ଉପଦେଷ୍ଟା ଇଂ.ପ୍ରତାପ ଚନ୍ଦ୍ର ସାମଲ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବରିଷ୍ଠ ନାଗରିକ ମଞ୍ଚ ର କାର୍ଯ୍ୟକାରୀ ସଭାପତି ବିମ୍ବାଧର ନାୟକ, ସଂପାଦକ ଶରତ କୁମାର ଖୁଣ୍ଟିଆ, କର୍କଟରୋଗ ବିଶେଷଜ୍ଞ ଡାକ୍ତର କ୍ଷୀତିଶ ମିଶ୍ର, ସରପଞ୍ଚ ଙ୍କ ପ୍ରତିନିଧି ସନାତନ ଦଳାଇ, ଚୌଦ୍ୱରୀ ରୋଟାରୀ କ୍ଲବ ସଭାପତି କ୍ଷେତିନ୍ଦ୍ର ନାଥ କାନୁନଗୋ, ରୋଟାରୀ ଆସିଷ୍ଟାଣ୍ଟ ଗଭର୍ନର ମନୋରଞ୍ଜନ ଆଚାର୍ଯ୍ୟ, ରୋଟାରିଆନ ବିଶ୍ୱକଲ୍ୟାଣ ଦାସ, ଶ୍ରୀରାମ ବରିଷ୍ଠ ନାଗରିକ ସଂଘର ନଦୀକୂଳ ସଭାପତି ଭାଗିରଥି ସାହୁ, ସଂପାଦକ କିରଣ ବିହାରୀ ଖଟୁଆ, ପ୍ରମୋଦ କୁମାର ଧଳ, ଜଗନ୍ନାଥ ଧଳ, କ୍ୟାନସର କେୟାର ଟ୍ରଷ୍ଟ ର ପ୍ରତିଷ୍ଠାତା ସ୍ୱାଗତିକା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା ରେ ସହାୟତା କରିଥିଲେ। ବରିଷ୍ଠ ନାଗରିକ ସଂଘର ବରିଷ୍ଠ ସଦସ୍ୟ ବିଷ୍ଣୁ ଚରଣ ପତ୍ରୀ, ଗୁରୁଚରଣ ପ୍ରଧାନ, ଗଣେଶ୍ୱର ବରାଳ, ମାଗୁଣି ଚରଣ ରାଉତ, ଶିକ୍ଷାବିତ୍ ଅନିରୁଦ୍ଧ ନନ୍ଦ,ସୁରେନ୍ଦ୍ର ଜେନା, ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories