www.samajalive.in
Friday, December 12, 2025
17.1 C
Bhubaneswar

ରାଜ୍ୟରେ ଖୋଲିବ ଏଟିଏସ ସେଣ୍ଟର, ମେସିନ କରିବ ଗାଡ଼ିର ଫିଟନେସ ଯାଞ୍ଚ

ଭୁବନେଶ୍ୱର: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ନିର୍ଦେଶ ପରେ ରାଜ୍ୟ ସରକାର ସ୍ୱୟଂଚାଳିତ ଟେଷ୍ଟିଂ ପ୍ରକ୍ରିୟା ତଥା ସ୍ୱତନ୍ତ୍ର ଅଟୋମେଟେଡ୍‌ ଟେଷ୍ଟିଂ ସିଷ୍ଟମ (ଏଟିଏସ୍‌) ନାମକ ସ୍ୱତନ୍ତ୍ର ଡିଭାଇସ୍‌ ଗାଡ଼ି ଯାଞ୍ଚ ପାଇଁ ଆପଣେବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଗାଡ଼ିର ଫିଟ୍‌ନେସ୍‌ ମେକାନିକ୍‌ ବଦଳରେ ମେସିନ କରିବ। ଯଦ୍ୱାରା ଗାଡ଼ିର ଫିଟ୍‌ନେସ୍‌ ଟେଷ୍ଟ ସହଜ ହେବ ଏବଂ ଅଯଥା ଆର୍‌ଟିଓ ଅଫିସ ଆଗରେ ଆଉ ଲମ୍ବା ଧାଡ଼ିରେ ଲୋକଙ୍କୁ ଠିଆ ହେବାକୁ ପଡ଼ିବ ନାହିଁ।
ଏହି ମେସିନ ଗାଡ଼ିର ବୟସ ସମେତ ଗାଡ଼ି ଫିଟ୍‌ କି ଅନ୍‌ଫିଟ୍‌ ଏବଂ ଏମିସନ୍‌ ସ୍ତର କେତେ ରହିଛି ସେସବୁ ତଥ୍ୟ ପ୍ରଦାନ କରିବ। ସେଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଚିଠା ନୀତି ପ୍ରସ୍ତୁତ ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି।
ଏହି ଚିଠା ନୀତି ପ୍ରସ୍ତାବିତ। କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅନୁଯାୟୀ ପ୍ରସ୍ତୁତ ହେବ। ଏଟିଏସ୍‌ ନୀତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଟିଏସ୍‌ ସେଣ୍ଟର ଖୋଲାଯିବ। ଏପରିକି କଟକର ଅରିଲୋଠାରେ ଥିବା ଥିବା ଇନ୍ସପେକ୍‌ସନ୍‌ ଆଣ୍ଡ ସାର୍ଟିଫିକେସନ୍‌ ସେଣ୍ଟରକୁ ମଧ୍ୟ ଏଟିଏସ୍‌ ସେଣ୍ଟରରେ ପରିଣତ କରିବାକୁ ରାଜ୍ୟ ପରିବହନ ବିଭାଗ ଲେଖିଥିବା ଚିଠିରେ ଉଲ୍ଲେଖ କରାଯାଇଛି।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଚିଠି ଅନୁଯାୟୀ, ଓଡ଼ିଶାର ୫ଟି ସ୍ଥାନରେ ଖୋଲାଯିବ ଏଟିଏସ୍‌ ଅଟୋମେଟେଡ୍‌ ଟେଷ୍ଟିଂ ସେଣ୍ଟର। ରାଜ୍ୟରେ ଏଟିଏସ୍ ଖୋଲିବାକୁ ୧୦ରୁ ଅଧିକ ନିବେଶକ ଆଗ୍ରହ ପ୍ରକାଶ କରିଛନ୍ତି।
ପ୍ରସ୍ତାବିତ ଏଟିଏସ୍‌ ନୀତିକୁ ସ୍ୱାଗତ କରି ସଡ଼କ ସୁରକ୍ଷା କର୍ମୀ ପ୍ରକାଶ ମହାପାତ୍ର କହିଛନ୍ତି ଯେ ଏହାଦ୍ୱାରା ଫିଟ୍‌ନେସ ଯାଞ୍ଚ ସରଳ ହେବାସହ ଅନଫିଟ୍‌ ଗାଡ଼ି ଯୋଗୁ ହେଉଥିବା ଦୁର୍ଘଟଣା ହ୍ରାସ ପାଇବ।
ଅପରପକ୍ଷରେ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଏଟିଏସ ନୀତିକୁ ନେଇ କିଛି ଗାଡ଼ି ମାଲିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ସାର୍ଟିଫିକେସନ୍‌ ସେଣ୍ଟରରୁ ଫିଟ୍‌ନେସ୍‌ ପାଇବାକୁ ହେଲେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସାମାନ୍ୟ ତ୍ରୁଟି ଥିଲେ ଫିଟ୍‌ନେସ ସାର୍ଟିଫିକେଟ୍‌ ମିଳୁନାହିଁ। ସ୍ୱୟଂଚାଳିତ ବ୍ୟବସ୍ଥା ଲାଗୁ ହେଲେ ସମସ୍ୟା ଆହୁରି ବଢିବ। ଯଦି ୧୫ରୁ ୨୦ ବର୍ଷର ଗାଡ଼ି ଅଟୋମେଟେଡ୍‌ ଟେଷ୍ଟରେ ଫିଟ୍‌ ପ୍ରମାଣିତ ହୁଏ, ତେବେ ସେସବୁ ଗାଡ଼ିକୁ ସ୍କ୍ରାପ୍‌ ନ କରି ରାସ୍ତାରେ ଚଳାଚଳ ପାଇଁ ଅନୁମତି ଦିଆଯିବ କି ବୋଲି ପ୍ରଶ୍ନ ଉଠାଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories