ଜାତୀୟ ସେବା ଯୋଜନାଦିବସ ପାଳନ
ନବରଙ୍ଗପୁର: ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ଏନ୍.ଏସ୍.ଏସ୍ ର ଜିଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଜାତୀୟ ସେବା ଯୋଜନାର ମହତ୍ତ୍ଵ ସମ୍ପର୍କରେ ସୂଚନା ଦେଇଥିଲେ । ସମସ୍ତେ ସେବା ମନୋଭାବ ପୋଷଣ କରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ପୂରାତନ ଏନ୍.ଏସ୍.ଏସ୍ ଅଧିକାରୀ ତାଇରା ବେଗମ, ରଞ୍ଜୁଶା ପ୍ରହରାଜ, ଜାତୀୟ ସେବା ଯୋଜନାରେ ଛାତ୍ରୀ ମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଯୁବ ରେଡକ୍ରସ୍ ସଂଯୋଜିକା ଡଃ. ସଂଯୁକ୍ତା ପଣ୍ଡା ଯୁବଗୋଷ୍ଠୀଙ୍କ ମଧ୍ୟରେ ନେତୃତ୍ୱର ବିକାଶ ସମ୍ପର୍କରେ ମାର୍ଗଦର୍ଶନ କରାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ ସଭାପତିତ୍ୱ କରି ଛାତ୍ରୀ ମାନଙ୍କୁ ସ୍ଵେଚ୍ଛାସେବୀ ଭାବରେ ନିଜ ଦାୟିତ୍ଵ ସମ୍ପର୍କରେ ଅବଗତ କରାଇଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ସୁନୀତା ପାତ୍ର କାର୍ଯ୍ୟକ୍ରମ ପରିଚାଳନା ଓ ବିବରଣୀ ପାଠ କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରୀ ମାନେ ସକ୍ରିୟ ଯୋଗଦାନ କରି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।
Comments are closed.