ମନରେଗାର ସଫଳ ରୂପାୟନ ପାଇଁ ଜୀବିକା ସୁରକ୍ଷା ମଞ୍ଚର ଦାବିପତ୍ର

ଫୁଲବାଣୀ: ମନରେଗା ଯୋଜନାକୁ ବ୍ୟବସ୍ଥିତ ତଥା ଦୁର୍ନୀତି ମୁକ୍ତ କରିବା ପାଇଁ ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । କନ୍ଧମାଳ ଜିଲାପାଳଙ୍କ ଜରିଆରେ ଦିଆ ଯାଇଥିବା ଏହି ଦାବିପତ୍ରରେ କାର୍ଯ୍ୟକ୍ଷେତ୍ରରେ ହିଁ ମଷ୍ଟର ରୋଲ ପ୍ରସ୍ତୁତ କରି ୭ରୁ ୧୫ ଦିନ ମଧ୍ୟରେ ପାରିଶ୍ରମିକ ପ୍ରଦାନ ପାଇଁ ଦାବି କରାଯାଇଛି । ଏଥିସହ ଅଣକୁଶଳୀ ଶ୍ରମିକ ମାନଙ୍କୁ ଦୈନିକ ୮ ଶହ ଟଙ୍କା ମଜୁରୀ ସହିତ ବଜେଟରେ ଆବଶ୍ୟକ ଅନୁଯାୟୀ ଅର୍ଥ ମଞ୍ଜୁରୀ ପାଇଁ ଦାବି ରଖିଛି ମଞ୍ଚ । ଶ୍ରମିକ ମାନଙ୍କୁ ମଜୁରୀର ୧୦ ପ୍ରତିଶତ ଯାତାୟାତ ଖର୍ଚ୍ଚ ଦେବା, ବିଳମ୍ବିତ ଦେୟ ପାଇଁ ୫ ପ୍ରତିଶତ କ୍ଷତି ପୂରଣ ଦେବା, କାମ ପାଇଁ ଉପକରଣ ଯୋଗାଇ ଦେବା, ଆପ୍ ଆଧାରିତ ଉପସ୍ଥାନ ବ୍ୟବସ୍ଥା ପ୍ରତ୍ୟାହାର କରିବା ଭଳି ଦାବି ମଧ୍ୟ ରଖିଛି ଜୀବିକା ମଞ୍ଚ । ନରେଗା ସଂଘର୍ଷ ମୋର୍ଚ୍ଚାର ଆହ୍ବାନରେ ଆବାହକ ଦୁର୍ବାଶା ସେଠୀଙ୍କ ନେତୃତ୍ୱରେ ଓଡିଶା ଶ୍ରମଜିବୀ ମଞ୍ଚ ଓ ମହିଳା ଶ୍ରମଜିବୀ ମଞ୍ଚର ଅନେକ ସଦସ୍ୟା ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ ।

kalyan agarbati

Comments are closed.