ବିଦ୍ୟାଳୟ ମାନଙ୍କୁ ଜମି ପଟ୍ଟା ପ୍ରଦାନ

ଫୁଲବାଣୀ: ବିଭିନ୍ନ ସରକାରୀ ବିଦ୍ୟାଳୟ ମାନଙ୍କର ନିଜସ୍ଵ ଜମି ପଟ୍ଟା ନଥିବାରୁ ଉନ୍ନୟନ ମୂଳକ ଯୋଜନା ହାତକୁ ନେବାରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ବିଦ୍ୟାଳୟ ମାନଙ୍କୁ ସ୍ଥାୟୀ ପଟ୍ଟା ଯୋଗାଇ ଦେବା ପାଇଁ ସରକାରଙ୍କ ରାଜସ୍ୱ ଓ ଶିକ୍ଷା ବିଭାଗ ତରଫରୁ ମିଳିତ ଭାବେ ଏକ ଅଭିଯାନ ଆରମ୍ଭ କରାଯାଇଛି । ଯୁଦ୍ଧ କାଳୀନ ଭିତ୍ତିରେ ସ୍କୁଲ ମାନଙ୍କୁ ପଟ୍ଟା ପ୍ରଦାନ କରାଯାଉଛି। ଏହି କ୍ରମରେ ଫୁଲବାଣୀ ବ୍ଲକର ୬୯ ଟି ବିଦ୍ୟାଳୟକୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ସ୍ଥାନୀୟ ତହସିଲ କାର୍ଯ୍ୟା‌ଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଫୁଲବାଣୀ ତହସିଲଦାର ଦିନମଣି ନାୟକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ /ଶିକ୍ଷୟିତ୍ରୀ ମାନଙ୍କୁ ପଟ୍ଟା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର ଓ ଏବିଡିଓ ଅଶୋକ କୁମାର ମିଶ୍ର ଉପସ୍ଥିତ ଥିଲେ । ଅନ୍ୟ ବିଦ୍ୟାଳୟ ମାନଙ୍କୁ ମଧ୍ୟ ଶୀଘ୍ର ପଟ୍ଟା ଯୋଗାଇ ଦିଆଯିବ ବୋଲି ସିଆରସିସି ଅଶୋକ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

kalyan agarbati

Comments are closed.