www.samajalive.in
Sunday, December 14, 2025
19.1 C
Bhubaneswar

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ନେଇ ଛକାପଞ୍ଝା : ବାଚସ୍ପତି, ବିଧାୟକଙ୍କୁ ଭେଟିଲେ ପାଇଲଟ

ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶାସକ କଂଗ୍ରେସ ଦଳ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ବର୍ତ୍ତମାନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହଲଟ୍‌ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବାରୁ ତାଙ୍କ ସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି।
ଶୁକ୍ରବାର ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଟଲ କୋଚିରୁ ଜୟପୁରରେ ପହଞ୍ଚି ବିଧାନସଭା ପରିସରରେ ବାଚସ୍ପତି ସିପି ଯୋଶୀ, ମୁଖ୍ୟ ସଚେତକ ମହେଶ ଯୋଶୀ ଓ ଦଳୀୟ ବିଧାୟକଙ୍କୁ ଭେଟି ଆଲୋଚନା କରିଥିଲେ। ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡୋ ଯାତ୍ରାରେ ସାମିଲ ଥିବା ସଚିନ ଅପରାହ୍ଣରେ ଜୟପୁରରେ ପହଞ୍ଚି ସିଧା ବିଧାନସଭା ଯାଇଥିଲେ। ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଦଳୀୟ ବିଧାୟକଙ୍କ ସହ କଂଗ୍ରେସ ହାଇକମାଣ୍ଡ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କିଛିଦିନ ତଳେ ଗେହଲଟ୍‌ କହିଥିବାରୁ ସଚିନ ଦଳୀୟ ବିଧାୟକଙ୍କ ସହ ଆଲୋଚନାପୂର୍ବକ ସେମାନଙ୍କୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ବିଧାୟକଙ୍କ ସହ ଆଲୋଚନା କରିବାକୁ ସଚିନଙ୍କୁ ଦଳୀୟ ହାଇକମାଣ୍ଡ କହିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ସମଗ୍ର ଘଟଣାକ୍ରମ ସମ୍ପର୍କରେ ମତ ରଖି ବିଧାୟକ ତଥା ଗେହଲଟ୍‌ଙ୍କ ବିଶ୍ବସ୍ତ ବାବୁଲାଲ ନାଗର କହିଛନ୍ତି ସଚିନ ରାଜନୀତିକୁ ଆସିନଥିବା ବେଳେ ସେ ତାଙ୍କ ବାପା ରାଜେଶ ପାଇଲଟଙ୍କ ଅନୁଗତ ଥିଲେ। ଯେଉଁ ବ୍ୟକ୍ତିଙ୍କ ନିକଟରେ ଦକ୍ଷତା ଥିବ ସେ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।
ଅନ୍ୟପକ୍ଷ​‌େ​‌ର ଗେହଲଟ୍‌ ନିଜ ପ୍ରତିକ୍ରିୟାରେ କହିଛନ୍ତି ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ସଂପର୍କରେ ନିଷ୍ପତ୍ତି ଏଆଇସିସି ସାଧାରଣ ସମ୍ପାଦକ ଅଜୟ ମାକେନ୍‌ ଓ ସୋନିଆ ଗାନ୍ଧୀ ନେବେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories