www.samajalive.in
Sunday, December 14, 2025
19.1 C
Bhubaneswar

କମେଡ଼ି କ୍ୱିନ୍‍ ଏବେ ହ୍ୱିଲ୍‍ ଚେୟାରରେ

ମୁମ୍ବଇ : ହାସ୍ୟଅଭିନେତ୍ରୀ ଭାରତୀ ସିଂହ ହ୍ୱିଲ୍‍ ଚେୟାରରେ ବସିଥିବା ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଏହି ଭିଡ଼ିଓରେ ଅଭିନେତା ରିତ୍ୱିକ୍‍ ଧନଜାନୀ ଭାରତୀଙ୍କୁ ହ୍ୱିଲ୍‍ ଚେୟାରରେ ନେଉଥିବା ଦେଖିବାକୁ ମିଳିଛି। ଏହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଖୁବ୍‍ ଦୁଃଖ ପ୍ରକାଶ କରିଥିବା ଜଣାପଡ଼ିଛି। ଭିଡ଼ିଓରେ ଭାରତୀ ଖୁବ୍‍ ରୋଗାଗ୍ରସ୍ତ ମଧ୍ୟ ଜଣାପଡ଼ୁଛନ୍ତି।

ସୂଚନା ଅନୁସାରେ, ଏବେ ସେ ‘ଇଣ୍ଡିଆଜ୍‍ ଗଟ୍‍ ଟ୍ୟାଲେଣ୍ଟ୍‍’ ର ପ୍ରୋମୋ ସୁଟିଂ କରୁଛନ୍ତି। ବହୁଦିନ ଧରି ଲିଗାମେଣ୍ଟ୍‍ ସମସ୍ୟାରେ ପୀଡ଼ିତ ଥିବା ଭାରତୀ ୨ ଦିନ ପୂର୍ବରୁ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ତାଙ୍କର ଅସ୍ତ୍ରୋପଚାର କରାଯାଇଛି ଓ ବର୍ତ୍ତମାନ ସୁଦ୍ଧା ସେ ନିଜ ଗୋଡ଼ରେ ଠିଆ ମଧ୍ୟ ହୋଇପାରୁ ନାହାନ୍ତି। ତଥାପି ସେ ସୁଟିଂ ଜାରି ରଖିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ସେ ପ୍ରାୟ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ହ୍ୱିଲ୍‍ ଚେୟାରରେ ରହିବେ। ତେବେ ‘ଖତରୋଁ କି ଖିଲାଡୀ’ ସିଜନ-୯ରେ ଷ୍ଟଣ୍ଟ୍‍ ସିନ୍‍ କରୁଥିବା ସମୟରେ ଗୋଡ଼ରେ ଲାଗିଥିବା ଗଭୀର ଆଘାତ ଯୋଗୁଁ ତାଙ୍କ ଗୋଡ଼ର ଅବସ୍ଥା ଏପରି ହୋଇଥିବା ଜଣାପଡ଼ିଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories