ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନବାଗତଙ୍କୁ ସ୍ୱାଗତ

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର +୨ ପ୍ରଥମବର୍ଷର ନବାଗତ ଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରବେଶ ଅବସରରେ ସ୍ୱାଗତ କରାଯାଇଛି । ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଛାତ୍ରୀମାନେ ଶିକ୍ଷାଗ୍ରହଣ ସହିତ ମଣିଷ ଜୀବନର ସବୁଠାରୁ ବଡ ଆଭୁଷଣ ଚରିତ୍ରଗଠନ ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହିତ ନବାଗତ ଛାତ୍ରୀଙ୍କୁ ବିଦ୍ୟାଳୟର ସୁନାମ ଅକ୍ଷୁର୍ଣ୍ଣ ରଖିବା ଲାଗି କହିବା ସହିତ ପରୀକ୍ଷାର ନିୟମକାନୁନ ବିଷୟରେ ଆଲୋକପାତ କରିଥିଲେ ।  ପ୍ରାଧ୍ୟାପିକା ଡଃ ରୀନା ପଟ୍ଟନାୟକ ଏଥିରେ ଉଦବୋଧନ ଦେଇ ମାଟ୍ରିକ ପାସ କରି +୨ରେ ପାଦ ଥାପିଥିବା ଛାତ୍ରୀମାନଙ୍କୁ ଏହା ତାଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ହୋଇଥିବାରୁ ଏହି ସମୟର ସଦୁପଯୋଗ କରି ଏକ ଉଜ୍ଜଳ ଭବିଷ୍ୟତ ଗଢିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାଳୟର ନିୟମିତ ପାଠ୍ୟକ୍ରମ ତଥା ରୁଟିନ୍‍ ଅନୁଯାୟୀ ଶ୍ରେଣୀରେ ଯୋଗଦେବା ଏବଂ କୌଣସି ପ୍ରକାର ରାଗିଙ୍ଗ ଭଳି କୁପ୍ରଥା କୁ ପ୍ରସୟ ନଦେବା ଲାଗି ପରାମର୍ଶ ଦେଇଥିଲେ। ପ୍ରାଧ୍ୟାପିକା ପୁଷ୍ପମଞ୍ଜରୀ ଦାସ, ଶିକ୍ଷାର ମୂଳ ଉଦ୍ଦେଶ୍ୟ ଓ ପାଠାଗାର ଉପଯୋଗର ଆବଶ୍ୟକତା ଉପରେ ଅବତାରଣା କରିଥିଲେ। ପ୍ରାଧ୍ୟାପିକା ଡଃ ସ୍ନେହଲତା ତ୍ରିପାଠୀ ବିଦ୍ୟାଳୟ ମଧ୍ୟରେ ଶୃଙ୍ଖଳା ରକ୍ଷା କରିବା ନବାଗତ ବିଦ୍ୟାର୍ଥୀଙ୍କର କର୍ତ୍ତବ୍ୟ ବୋଲି କହିଥିଲେ। ଅଧ୍ୟାପିକା ପ୍ରମୋଦିନୀ ଜେନା, ଅଧ୍ୟାପିକା ସ୍ମିତା ମହାପାତ୍ର, ପ୍ରାଧ୍ୟାପିକା ଗାୟତ୍ରୀ ଶତପଥୀ, ଅଧ୍ୟାପକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ଛାତ୍ରୀମାନଙ୍କୁ ବିଭିନ୍ନ ଉପଦେଶ ଦେବା ସହ ବିଦ୍ୟାଳୟ ପରିବେଶକୁ ସ୍ୱ୍‍ଛ ରଖିବା ଲାଗି ପରାମର୍ଶ ଦେଇଥିଲେ। ଡେମୋନଷ୍ଟେଟର ସୋନି ଦାସ ଓ କ୍ରୀଡା ପ୍ରଶିକ୍ଷିକା ବିଜୟାଲକ୍ଷ୍ମୀ ମହାନ୍ତି ନବାଗତା ଛାତ୍ରୀଙ୍କୁ ସ୍ୱାଗତ କରିଥିଲେ। ଶେଷରେ ପ୍ରାଧ୍ୟାପିକା ଡଃ ରୀନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.