ସ୍ନିଗ୍ଧାଙ୍କୁ ମିସ୍‌ ଇଣ୍ଡିଆ ୱାର୍ଲ୍ଡ ଟାଇଟଲ

ଭୁବନେଶ୍ବର : ଜାତୀୟସ୍ତରର ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଓଡ଼ିଆ ସୁନ୍ଦରୀ ସ୍ନିଗ୍ଧା ବିଶ୍ବାଳ ଦେଶ ବିଦେଶରୁ ଆସିଥିବା ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ‘ମିସ୍ ଇଣ୍ଡିଆ ୱାର୍ଲ୍ଡ ଟାଇଟଲ-୨୦୨୨’ ହାତେଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସ୍ନିଗ୍ଧା ୧୦ଦିିିନିଆ ଏହି ପ୍ରତିଯୋଗିତାର ୩ଟି ପର୍ଯ୍ୟାୟରେ ନିଜର ଦକ୍ଷତା ଦେଖାଇ ଟାଇଟଲ ହାତେଇଛନ୍ତି। ଗତ ୧୯ରେ ନୂଆଦିଲ୍ଲୀରେ ବଲିଉଡ ଅଭିନେତା ଅରବାଜ୍ ଖାନଙ୍କ ପ୍ରଯୋଜନା ସଂସ୍ଥା ‘ସ୍କାଏ ୱାକ୍‌ ଏଣ୍ଟରଟେନମେଣ୍ଟ’ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସ୍ନିଗ୍ଧା ପିନ୍ଧିଛନ୍ତି ବିଜୟ ମୁକୁଟ। ଓଡ଼ିଆ ଝିଅ ସ୍ନିଗ୍ଧା ବିଶ୍ବାଳ ଏନ୍‌ଟିପିସିର ପୂର୍ବତନ ଅର୍ଥ ନିର୍ଦେଶକ କୁଳମଣି ବିଶ୍ବାଳ ଓ ମିନତି ବିଶ୍ବାଳଙ୍କ କନ୍ୟା। ସେ ଭୁବନେଶ୍ବର ୟୁନିଟ୍‌-୮ ଡିଏଭିରେ ସ୍କୁଲ ଶିକ୍ଷା ଓ କିଟ୍ ବିଶ୍ବବିଦ୍ୟାଳୟରୁ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ସେ କଲମ୍ବସରେ ୟୁଏସ ଆମାଜନ କମ୍ପାନୀ ଅଧୀନରେ କାର୍ଯ୍ୟ କରୁଛନ୍ତି। ଛୋଟବେଳୁ ମଡେଲିଂ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା। ପ୍ରିୟଙ୍କା ଚୋପ୍ରାଙ୍କୁ ସେ ନିଜ ଆଦର୍ଶ ମାନନ୍ତି ।

kalyan agarbati

Comments are closed.