ଅହିଂସା ରଥକୁ ଦାନଗଦିରେ ଭବ୍ୟ ସମ୍ବର୍ଦ୍ଧନା

ଯାଜପୁର: ସ୍ୱାଧୀନତା ସଂଗ୍ରାମ ଏବଂ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ସଂଘର୍ଷ ଓ ବୀରତ୍ୱର ସ୍ମୃତିଚାରଣ ଉଦ୍ଦେଶ୍ୟରେ ସମଗ୍ର ରାଜ୍ୟରେ ଆଜିକୁ ୩୮ ଦିନ ବ୍ୟାପି ଅହିଂସା ରଥ ପରିକ୍ରମା କରୁଛି । ମହାତ୍ମା ଗାନ୍ଧୀ ଭାରତୀୟମାନଙ୍କୁ ଅହିଂସା ମାର୍ଗରେ ଯାଇ ସ୍ୱାଧୀନତା ଦେଇଥିଲେ । ଅହିଂସା ହିଁ ସତ୍ୟ, ଶାନ୍ତି ଓ ନ୍ୟାୟର ମାର୍ଗ । ହିଂସାର ପରାଜୟ ହୋଇ ଯୁଗେ ଯୁଗେ ଅହିଂସାର ବିଜୟ ହୋଇଛି । ସର୍ବତ୍ର ଅହିଂସା ରଥର ଆଗମନରେ ଜନସାଧାରଣଙ୍କ ପ୍ରତିକ୍ରିୟାରୁ ଏହା ପ୍ରମାଣିତ ହୋଇଛି। ମଙ୍ଗଳବାର ଏହି କ୍ରମରେ ଅହିଂସା ରଥ ଯାଜପୁର ଜିଲା ଦାନଗଦି ବ୍ଲକରେ ପହଞ୍ଚିଥିଲା । ବ୍ଲକ ଅଧ୍ୟକ୍ଷା ଅର୍ଚ୍ଚନା ଦାସ ଉପସ୍ଥିତ ରହି ଅହିଂସା ରଥକୁ ଭବ୍ୟ ସ୍ୱାଗତ କରିଥିଲେ । ଏହା ସହିତ ଏହି ସମୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ ।

kalyan agarbati

Comments are closed.