ଆଲଜିମର୍ସ ଦିବସ

୧୯୦୬ରେ ଜର୍ମାନୀ ମାନସିକ ରୋଗ ବିଶେଷଜ୍ଞ ଆଲଇସ୍ ଆଲଜିମର୍ସ ପ୍ରଥମେ ଆଲଜିମର୍ସ ରୋଗ ବିଷୟରେ ଉଲ୍ଲେଖ କରିଥିଲେ ଓ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଥିଲା। ସର୍ବେକ୍ଷଣରୁ ଜଣାପଡ଼ିଛି, ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ୬ % ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି। ଆରମ୍ଭରୁ ଏହାର ଲକ୍ଷଣମାନଙ୍କୁ ସ୍ୱାଭାବିକ ବୃଦ୍ଧାବସ୍ଥାର ଲକ୍ଷଣ ବୋଲି ଧରାଯାଏ। ଶାରୀରିକ ଓ ମାନସିକ ବ୍ୟାୟାମ କରିବାଦ୍ୱାରା ଏହି ରୋଗ ସଙ୍କଟ କମିଯାଏ। ଆଲଜିମର୍ସ ରୋଗୀଙ୍କୁ ଓଜନ ନିୟନ୍ତ୍ରଣରେ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଏ।
ରୋଗୀ ତାଙ୍କର ଯତ୍ନ ନେଉଥିବା ଲୋକଙ୍କ ସାହାଯ୍ୟ ଉପରେ ଅଧିକ ନିର୍ଭର କରନ୍ତି। ବ୍ୟାୟାମ କରିବା ଦ୍ୱାରା ଦୈନ‌ନ୍ଦିନ କାର୍ଯ୍ୟରେ ଆଲଜିମର୍ସ ରୋଗୀଙ୍କ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ​‌େ​‌ରାଗ ବିଷୟରେ ଅଧିକ ଜନସଚେତନତା ଜରୁରୀ। ଆଲଜିମର୍ସ ରୋଗ ସମ୍ପର୍କରେ ବିଶ୍ବବାସୀଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ସେପ୍ଟେମ୍ବର ୨୧ରେ ଏହି ଦିବସ ପାଳନ କରାଯାଉଛି। ବିଶ୍ବର କେତୋଟି ରାଷ୍ଟ୍ରରେ ଆଲଜିମର୍ସ ଦିବସ ମାସ ବ୍ୟାପୀ ପାଳିତ ହୁଏ।

kalyan agarbati

Comments are closed.