www.samajalive.in
Monday, December 15, 2025
14.1 C
Bhubaneswar

ଖପ୍ରାଖୋଲ ବ୍ଲକରେ ଉପସ୍ଥିତି ଜାହିର କଲେ ଲାଲବାହିନୀ

ବଲାଙ୍ଗିର: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଘୁନୁସର ଓ ପୁଟକେଲଚୁଆଁ ମଝିରେ ଥିବା ବଜାର ପେଣ୍ଡାଲଠାରେ ପୃଥକ ପୃଥକ ସ୍ଥାନରେ ତିନୋଟି ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ଏହି ମାଓ ବ୍ୟାନରଗୁଡ଼ିକରେ ଉଭୟ ହିନ୍ଦୀ ଏବଂ ଓଡ଼ିଆ ଭାଷାରେ ଲେଖାଯାଇଛି । ରବିବାର ମଧ୍ୟରାତ୍ରୀରେ ଏହି ବ୍ୟାନରଗୁଡ଼ିକ ମରାଯାଇଥିବା ଅନୁମାନ କରାଯାଉଛି ।

ସୂଚନାନୁଯାୟୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୯ତମ ପ୍ରତିଷ୍ଠା ଦିବସକୁ ଗାଁ ଗାଁରେ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଏହି ମାଓ ବ୍ୟାନରରେ ଉଲ୍ଲେଖ କରାଯାଇଛି । ଏହା ସହ ପାର୍ଟିର ସମାଧାନ ପ୍ରହାର ଆକ୍ରମଣରୁ ପାର୍ଟିକୁ ବଞ୍ଚାଇ ରଖିବାକୁ, ପାର୍ଟିକୁ ଧୋକା ଦେଇ ପୁଲିସକୁ ସୂଚନା ଦେଉଥିବା ସୂଚନାଦାତାଙ୍କୁ ପ୍ରଜା କୋର୍ଟରେ ଦଣ୍ଡିତ କରିବାକୁ, ପୁଲିସ ଓ ପୁଲିସ ସୂଚନାଦାତାଙ୍କୁ ଗାଁରୁ ତଡି ଦେବାକୁ, ସମସ୍ତ ଜେଲରେ ଥିବା ମାଓବାଦୀ କଏଦୀମାନଙ୍କୁ ରାଜନୈତିକ କଏଦୀର ମାନ୍ୟତା ଦେବାକୁ, ଜେଲରେ ବନ୍ଦ ଥିବା ମାଓବାଦୀ କଏଦୀମାନଙ୍କୁ ବିନା ସର୍ତ୍ତରେ ଛାଡି ଦେବାକୁ, ବଲାଙ୍ଗିରରେ ନିର୍ମଳାଙ୍କୁ ମାଓବାଦୀ ସମର୍ଥନ ନାଁରେ ଗିରଫ କରିଥିବା ଦୁର୍ଜନଙ୍କୁ ବିନା ପେଶିରେ ଛାଡି ଦେବାକୁ, ବଲାଙ୍ଗିର, ପାଟଣାଗଡ଼, ସମ୍ବଲପୁର ଜେଲରେ ଥିବା ସମସ୍ତ ମାଓବାଦୀ କଏଦୀମାନଙ୍କୁ ବିନା ସର୍ତ୍ତରେ ଛାଡି ଦେବାକୁ ମାଓବାଦୀମାନେ ଦାବି କରିଛନ୍ତି । ତେବେ ଏହି ବ୍ୟାନରର ଶେଷରେ ବିବିଏମ ଡିଭିଜନାଲ କମିଟି ସେପ୍ଟେମ୍ବର ୨୧ ଓ ୧୩/୯/୨୦୨୨ ଲେଖା ହୋଇଥିବା ଦେଖାଯାଇଛି। ଅଞ୍ଚଳରେ ଲୋକେ ଭୟଭୀତ ରହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories