www.samajalive.in
Monday, December 15, 2025
27.1 C
Bhubaneswar

ରାମେଶ୍ୱର ଶୈବ ପୀଠରେ ଷୋଳପୂଜା ଆରମ୍ଭ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଇଶିଙ୍ଗା ପଞ୍ଚାୟତର ତେନ୍ତୁଳିସିଂହା ଗ୍ରାମର ରମିଆଳ ନଦୀ କୂଳରେ ଅବସ୍ଥିତ ସର୍ବ ପୁରାତନ ଶୈବ ପୀଠ ରାମେଶ୍ୱର ଶିବ ମନ୍ଦିର ପରିସରରେ ମା’ ପାର୍ବତୀଙ୍କ ଷୋଳ ପୂଜା ଆରମ୍ଭ ହୋଇଛି। ରାମେଶ୍ୱର ଶିବମନ୍ଦିର ପରିସରରେ ଥିବା ମା’ ପାର୍ବତୀଙ୍କ ଷୋଳପୂଜା ଆରମ୍ଭ ହୋଇ ଆଗାମୀ ଅକ୍ଟୋବର ମାସ ଦୁଇ ତାରିଖ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିବ। ମନ୍ଦିର ପୂଜକ ଶୁକଦେବ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜକମାନେ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସନ୍ଧି ପୂଜା, ବେଶ ପରିବର୍ତ୍ତନ, ହୋମ, ଯଜ୍ଞ ଆଦି ପୂଜା ସଂପନ୍ନର ଦାୟିତ୍ୱ ନେଇଛନ୍ତି। ଢେଙ୍କାନାଳ ଦେବୋତ୍ତର ବିଭାଗ ପକ୍ଷରୁ ନାମକୁ ମାତ୍ର ସାହାଯ୍ୟ କରୁଥିବା ବେଳେ ମନ୍ଦିର ଆଖପାଖ ପଞ୍ଚାୟତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସାହାଯ୍ୟରେ ମନ୍ଦିର କମିଟି ସମସ୍ତ ଦାୟିତ୍ୱ ନିର୍ବାହ କରୁଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories