ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ, ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ବଞ୍ଚିତ ହେଉଛନ୍ତି ଚାଷୀ: ଭାଜପା             

ସମ୍ବଲପୁର: ଚାଷୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କୌଣସି ଦରଦ ନ ଥିବାରୁ ମନମୁଖୀ ଶାସନ ଯୋଗୁଁ ଚାଷୀ ମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାରୁ ବଞ୍ଚିତ ହେଉଛନ୍ତି । ଏପରି ଏକ ଅଭିଯୋଗ ଆଣିଛନ୍ତି ରାଜ୍ୟ ଭାଜପା ସାଧାରଣ ସମ୍ପାଦକ ରବି ନାରାୟଣ ନାୟକ । ରବିବାର ସମ୍ବଲପୁର ଜିଲା ଭାଜପା କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ଉପସଭାପତି ତଥା ରେଙ୍ଗାଲି ବିଧାୟକ ନାଉରୀ ନାୟକ କହିଛନ୍ତି ଯେ, ଚାଷୀଙ୍କ ଫସଲ କ୍ଷତି ପାଇଁ ବୀମା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ନିତି ନିୟମ ରହିଥିଲେ ସୁଦ୍ଧା ରାଜ୍ୟ ସରକାର ତାକୁ ପାଳନ କରୁନାହାନ୍ତି ।

prayash

ଓଲଟା ସମସ୍ତ ନିୟମକୁ ବେଖାତିର କରି କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି । ଗତ ୨୦୨୧ ମସିହାରୁ  ୮ ମାସ ହେବ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଓ ଭୁଲ ଯୋଗୁଁ ପଶ୍ଚିମ ଓଡିଶାର ୪ଟି ଜିଲାର ଚାଷୀ ମାନେ ୧୩ ଶହ କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାରୁ ବଞ୍ଚିତ ରହିଛନ୍ତି । ଫସଲ ବୀମା ପ୍ରଦାନ ଓ ଏହାର ସଠିକ୍‌ କାର୍ଯ୍ୟକାରିତା ପାଇଁ ପ୍ରତି ରାଜ୍ୟରେ ଏକ କମିଟି ଗଠନ କରାଯାଇଥାଏ । ଓଡିଶା ସରକାର ଏସଏଲଟିସି କମିଟି ଗଠନ କରିଥିବା ବେଳେ କେନ୍ଦ୍ର ସରକାର ତାହାକୁ ଅବୈଧ ଘୋଷଣା କରିଛନ୍ତି । କେନ୍ଦ୍ର ପକ୍ଷରୁ ଏସଏଲଟିସି କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ତାକୁ ରାଜ୍ୟ ସରକାର କରି ନାହାନ୍ତି । ଜୁଲାଇ ୪ରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ବୀମା ରାଶି ପ୍ରଦାନ ପାଇଁ ଚିଠି କରିଥିଲେ ।

ରାଜ୍ୟର ବୈଷୟିକ କମିଟି ବୀମା ପ୍ରଦାନ ତଥ୍ୟର ସତ୍ୟତା ସମୀକ୍ଷା କରିବା ପରେ କେନ୍ଦ୍ରକୁ ପଠାଇବାର ଆବଶ୍ୟକ ବୋଲି ନିର୍ଦ୍ଦେଶ ରହିଛି । ଜୁଲାଇ ୨୯ ତାରିଖରେ ଏହି କମିଟି ବୈଠକ କରି ଅଗଷ୍ଟ ୬ ତାରିଖରେ ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଛନ୍ତି । ଏହା ପରେ ୩ଟି ବୀମା କମ୍ପାନୀ ଦ୍ୱାରା ଏସଏଲଟିସି ବୈଧ୍ୟତା ନେଇ ଅଭିଯୋଗ କରିବା ପରେ କେନ୍ଦ୍ରୀୟ ବୈଷୟିକ କମିଟି ସମୀକ୍ଷା କରିବାରୁ ରାଜ୍ୟ ସରକାରଙ୍କ ଚଞ୍ଚକତା ଓ ମିଥ୍ୟା ପଦାରେ ପଡିଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଭାଜପା ଅଭିଯୋଗ କରିଛି । ଆଗାମୀ କିଛି ଦିନ ମଧ୍ୟରେ ଯଦି ଚାଷୀଙ୍କ ବୀମା ଟଙ୍କା ପ୍ରଦାନ କରା ନଯାଏ ତାହା ହେଲେ ଦଳ ଚାଷୀ ମାନଙ୍କ ସହିତ ମିଶି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

kalyan agarbati

Comments are closed.