ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାରସତ୍ଵ ସମାରୋହ 

ବୌଦ୍ଧ: ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ବୌଦ୍ଧ ସହର ଟାଉନ ହଲରେ “ବର୍ଷା ସୃଜନୀ” ସାହିତ୍ୟ ଉତ୍ସବ ଅତ୍ୟନ୍ତ ଆତ୍ମୀୟ ପରିବେଶରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜିତେନ୍ଦ୍ର ନାରାୟଣ ଦାଶ,ଅଧ୍ୟକ୍ଷ, ସରକାରୀ ବହୁବୃତ୍ତି ବିଦ୍ୟାଳୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରାଥମିକ ଅଧିବେଶନରେ ଡ.ସିଦ୍ଧାର୍ଥ ଶଙ୍କର ପାଢୀ, ପ୍ରାଧ୍ୟାପକ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ମୁଖ୍ୟ ବକ୍ତା, ଡ.ଶୁକମୁନୀ ମେହେର, ପ୍ରାଧ୍ୟାପକ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ସ୍ଵତନ୍ତ୍ର ସମ୍ମାନିତ ଅତିଥି, ଡ.ଲମ୍ବୋଦର ପାଣିଗ୍ରାହୀ, ଶିକ୍ଷାବିତ, ପ୍ରକାଶ କୁମାର ବେହେରା, ଅଧ୍ୟକ୍ଷ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ।

prayash

ପ୍ରାଚୀନ ସାହିତ୍ୟ ଠାରୁ ଆରମ୍ଭ କରି ସ୍ବାଧୀନୋତ୍ତର ସାହିତ୍ୟ ଯୁଗ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବର୍ଷାର ସାରସ୍ବତ ମହକ ରହି ଆସିଥିବା ବିଷୟରେ ମତ ପ୍ରକାଶ ପାଇଥିଲା । ଏହି ସମାବେଶରେ ଡ.ସଞ୍ଜୟ କୁମାର ପଣ୍ଡା, ଅର୍ଥ ସମିତି ସଦସ୍ୟ,ଓଡିଶା ସାହିତ୍ୟ ଏକାଡେମୀ ସଭାପତିତ୍ୱ କରିଥିଲେ । ଦ୍ବିତୀୟ ଅଧିବେଶନରେ ପ୍ରଶାନ୍ତ କୁମାର ମହାପାତ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଆଲୋଚକ ଭାବରେ ଡ. ବନମାଳୀ ପାଣିଗ୍ରାହୀ, ଶିକ୍ଷାବିତ,ଡ. କୃଷ୍ଣ ବଲ୍ଲଭ ମହାପାତ୍ର, ଶିକ୍ଷାବିତ, କବି କିଶୋର ମିଶ୍ର, ବରିଷ୍ଠ ସାହିତ୍ୟିକ ଦୁଃଖିଶ୍ୟାମ ବେହେରା ବର୍ଷା ସୃଜନୀ ଉପରେ ଆଲୋଚନା କରିଥିଲେ । ଏହି ଅଧିବେଶନରେ ଡ.ଦେବାଶିଷ ପାଣ୍ଡିଆ, ଅଧ୍ୟକ୍ଷ, ଓଲଣ୍ଡା ମହାବିଦ୍ୟାଳୟ ଓ ସଦସ୍ୟ, ଓଡିଶା ସାହିତ୍ୟ ଏକାଡେମୀ, ସୁବର୍ଣ୍ଣପୁର ଅଧ୍ୟକ୍ଷତା କରିଥିଲେ ।

ତୃତୀୟ ଅଧିବେଶନରେ ବର୍ଷା ସୃଜନୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ଭାବରେ ସୁସାହିତ୍ୟିକା ପଦ୍ମାଳୟା ମିଶ୍ର ଯୋଗ ଦେଇଥିବା ବେଳେ ବିଶିଷ୍ଟ ସାହିତ୍ୟିକ ଦିଲ୍ଲୀପ ମହାନ୍ତି ଓ ଯୁବକବି ସତ୍ୟ ନାରାୟଣ ସାହୁ ସଂଯୋଜନା କରିଥିଲେ । ଅନ୍ୟୁନ ୫୦ ଜଣ କବି ସ୍ବରଚିତ କବିତା ପାଠ କରି ମନୋରମ ପରିବେଶ ସୃଷ୍ଟି କରିଥିଲେ । ଏହି ଉତ୍ସବରେ ସୁସାହିତ୍ୟିକା ପ୍ରମୋଦିନୀ ଦେଈଙ୍କ ଦ୍ଵାରା ରଚିତ ଗୀତି କବିତା ପୁସ୍ତକ “ତୁମ କୃପା ଥାଉ ମହାବାହୁ” ଉନ୍ମୋଚିତ ହୋଇଥିଲା । ସମସ୍ତ ଅଧିବେଶନରେ ସାରସ୍ବତ ସାଧକ ଦେବାଶିଷ ପୁରୋହିତ ଓ ଶିଶୁ ସାହିତ୍ୟିକ ସୁଶାନ୍ତ କୁମାର ମହାପାତ୍ର ସ୍ବାଗତ ସମ୍ଭାଷଣ, ସଂଯୋଜନା ସହ ଧନ୍ୟବାଦ ପ୍ରଦାନ କରିଥିଲେ ।

kalyan agarbati

Comments are closed.