www.samajalive.in
Monday, December 15, 2025
15.1 C
Bhubaneswar

ଦଶମ ବିଶ୍ୱକର୍ମା ମହୋତ୍ସବ ଉଦ୍‍ଘାଟିତ-ମହୋତ୍ସବ ମାଧ୍ୟମରେ ଅଞ୍ଚଳର କଳା, ସଂସ୍କୃତି ଓ ଭାଇଚାରା ଉଜ୍ଜିବିତ ହୁଏ

ପିପିଲି:ପିପିଲିର ସିଦ୍ଧେଶ୍ୱର ଦେବ ରାଜମିସ୍ତ୍ରୀ ସଂଘ ପକ୍ଷରୁ ସ୍ଥାନୀୟ ଜୟପୁର ଛକ ଠାରେ ଦୁଇଦିନିଆ ୧୦ମ ବିଶ୍ୱକର୍ମା ମହୋତ୍ସବ-୨୦୨୨ ସମାରୋହରେ ଉଦ୍‍ଘାଟିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଇଶ୍ୱର ଚନ୍ଦ୍ର ନାୟକଙ୍କୁ ପିପିଲି ବିଶ୍ୱକର୍ମା ଶିକ୍ଷକ ଗୌରବ ସମ୍ମାନ-୨୦୨୨’ରେ ସଂବର୍ଦ୍ଧିତ କରାଯାଇଥିବା ବେଳେ ୨୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।
ସିଦେ୍ଧଶ୍ୱର ଦେବ ରାଜମିସ୍ତ୍ରୀ ସଂଘର ସଭାପତି ମହେନ୍ଦ୍ର କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଅନ୍ୟତମ ଅତିଥି ଭାବେ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍‍ର ଅଧିକାରୀ ଗିରିଶ ରଞ୍ଜନ ବୋହିଧର, ଆଶିଷ ଅଗ୍ରୱାଲ, ଶିବରାମ ନାୟକ, ରବିନ୍ଦ୍ର କୁମାର ପାତ୍ର, ପିପିଲିର ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକ, ବରିଷ୍ଠ ସମାଜସେବୀ ପ୍ରଫୁଲ୍ଳ ଚନ୍ଦ୍ର ପଣ୍ଡା, ଗୁଣନିଧି ପ୍ରଧାନ, ଯୁବ ସମାଜସେବୀ ଶଶାଙ୍କ ଶେଖର ମହାନ୍ତି ପ୍ରମୁଖ ଯୋଗଦେଇ ଦେଶର ନିର୍ମାଣ କ୍ଷେତ୍ରରେ ରାଜମିସ୍ତ୍ରୀଙ୍କ ଅବଦାନ ସଂପର୍କରେ ଆଲୋକପାତ କରିବା ସହ ସେମାନଙ୍କୁ ଆଧୁନିକ ଯୁଗର ବିଶ୍ୱକର୍ମା ରୂପେ ବର୍ଣ୍ଣନା କରିଥିଲେ। ମହୋତ୍ସବ ମାଧ୍ୟମରେ ଅଞ୍ଚଳର କଳା, ସଂସ୍କୃତି ଓ ଭାଇଚାରା ଉଜ୍ଜିବିତ ହୁଏ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ରାଜମିସ୍ତ୍ରୀଙ୍କ ସାମାଜିକ ସୁରକ୍ଷା, ଆର୍ଥିକ ଅଭିବୃଦ୍ଧି, ସମ୍ମାନ ଓ ଏକତା ପାଇଁ ସଂଘ ସର୍ବଦା ଉଦ୍ୟମ ଜାରି ରଖିଥିବା ସଂପର୍କରେ ସଂଘର ସଭାପତି ଶ୍ରୀ ମାଝୀ ପ୍ରକାଶ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସ୍ୱରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସଂପାଦକ ବିନୋଦ କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ସଦସ୍ୟ ବ୍ରଜକିଶୋର ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଗତ ମାଟ୍ରିକ ପରୀକ୍ଷାରେ ପିପିଲି ବ୍ଲକର ୨୦ଟି ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଇଶ୍ୱର ଚନ୍ଦ୍ର ନାୟକଙ୍କୁ ଚଳିତ ବର୍ଷର ‘ପିପିଲି ବିଶ୍ୱକର୍ମା ଶିକ୍ଷକ ଗୌରବ ସମ୍ମାନ-୨୦୨୨’ରେ ସଂବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ପିପିଲି ସାଂସ୍କୃତିକ ପରିଷଦର ସଂପାଦକ ତଥା ଅବସରପ୍ରାପ୍ତ ସେନାଧିକାରୀ ରମେଶ ଚନ୍ଦ୍ର ମହାପାତ୍ର, ପିପିଲିର ସମାଜସେବୀ ଅନୁଷ୍ଠାନ ‘ସେବା ହିଁ ଜୀବନର ଲକ୍ଷ୍ୟ’ ଓ ସତ୍ୟବାଦୀର ସମାଜସେବୀ ଅନୁଷ୍ଠାନ ‘ଗରୀବର ସାଥୀ’ଙ୍କୁ ‘ପିପିଲି ବିଶ୍ୱକର୍ମା ସେବା ସମ୍ମାନ’ରେ ସଂବର୍ଦ୍ଧିତ କରାଯାଇଥିଲା। କୋଣାର୍କର ପଥରଶିଳ୍ପୀ ଧୋବେଇ କାଣ୍ଡିଙ୍କୁ ‘ପିପିଲି ବିଶ୍ୱକର୍ମା ହସ୍ତଶିଳ୍ପୀ ସମ୍ମାନ’ରେ ସଂବର୍ଦ୍ଧିତ କରାଯାଇଥିଲା। ସେହିପରି ଡାଲମିଆ କଂପାନୀ ପକ୍ଷରୁ ବରିଷ୍ଠ ରାଜମିସ୍ତ୍ରୀ କଂଗ୍ରେସ ଡାଙ୍ଗୁଆ, ସନାତନ ବେହେରା ଓ ପବନା ପଲେଇଙ୍କୁ ଚଳିତ ବର୍ଷର ‘ଆପ୍‍ ହେ ସଚ୍ଚେ ବିଶ୍ୱକର୍ମା’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories