www.samajalive.in
Sunday, December 14, 2025
16.1 C
Bhubaneswar

ଦୁଇ ଶକ୍ତି ପୀଠରେ ୧୬ ଦିନିଆ ଶାରଦୀୟ ପୂଜା ଆରମ୍ଭ

ପାତ୍ରପୁର: ପାତ୍ରପୁର ବ୍ଳକ ତୁମ୍ବା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲିମେଇ ଶୁଣି ଏବଂ ଜୟନ୍ତୀ ପୁର ଗ୍ରାମରେ ଥିବା ପଶ୍ଚିମେଶ୍ୱରୀ ପୀଠରେ ୧୬ ଦିନିଆ ଶାରଦୀୟ ପୂଜା ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସର ମୁଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଶୋହଳ ଦିନ ଧରି ମା’ଙ୍କ ପୁଜା ଅନୁଷ୍ଠିତ ହୋଇଛି। ତୁମ୍ବା ଗ୍ରାମରେ ଥିବା ମନ୍ଦିର ପୂଜା ଅର୍ଚ୍ଚନା କରିବା ସହ ସନ୍ଧ୍ୟାରେ ଗ୍ରାମ ଠାରୁ ପ୍ରାୟ ତିନି କିଲୋମିଟର ଦୂର ପାହାଡ଼ ବଡଘର ଠାରେ ଭକ୍ତ ମାନେ ପହଞ୍ଚି ପୂଜା ପାଠ କରିଥିଲେ। ଆନ୍ଧ୍ର କନକା ଜାନିଙ୍କ ଉପସ୍ଥିତରେ ମଧ୍ୟ ରାତ୍ରରେ ଅଜ୍ଞା ମାଳ ମିଳିବା ପରେ ମା’ଙ୍କୁ ଗ୍ରାମକୁ ପାଛୋଟି ଅଣାଯାଇ ଗ୍ରାମ ପରିକ୍ରମା କରାଯାଇ ପୀଠକୁ ନିଆଯାଇ ଥିଲା। ଏଥିପାଇଁ ଗ୍ରାମରେ ପ୍ରତ୍ୟେକ ଦୁଆରେ ଲିପାପୋଛା କରାଯିବା ସହ କୁମ୍ଭ ଦୀପ ଜାଳିବା ସହିତ ପ୍ରତ୍ୟେକ ଦୁଆରେ ନୂତନ ବସ୍ତ୍ର ବିଛା ଯାଇଥିଲା। ମା’ଙ୍କୁ ଗ୍ରାମ ପରିକ୍ରମା ପରେ ଅସ୍ଥାୟୀ ପୀଠକୁ ଆଣିଥିଲେ।

 

- Advertisement -

ଦୈନିକ ରୀତିନୀତି ଅନୁସାରେ ମା’ ଲିମେଇଶୁଣିଙ୍କ ଶାରଦୀୟ ପୂଜା ଅନୁଷ୍ଠିତ ହେଉଛି। ପ୍ରତିବର୍ଷ ହେଉଥିବା ଏହି ଶାରଦୀୟ ପୂଜା ରେ ଗଞ୍ଜାମ ଜିଲା ସମେତ ଆନ୍ଧ୍ର ଶ୍ରୀକାକୁଲମ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରି ମାନସିକ ପୂଜା କରିବା ସହ ଆଶିର୍ବାଦ ଲାଭ କରୁଥିଲେ। ଏହି ପୂଜା ପାଇଁ ଗ୍ରାମରେ ବିଭିନ୍ନ ଦିନ ମାନଙ୍କରେ ସଂସ୍କୃତିକ କାର୍ଯ୍ୟକ୍ରମ କରିବା ସ୍ତିର ହୋଇଛି। ସେହିଭଳି ଜୟନ୍ତୀ ପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ପଶ୍ଚିମେଶ୍ୱରୀ ପୀଠରେ ମଧ୍ୟ ୧୬ଦିନିକିଆ ପୂଜା ଆରମ୍ଭ ହୋଇଛି।ଗତକାଲି ମଧ୍ୟରାତ୍ରୀରେ ମା’ଙ୍କ ଆଜ୍ଞାମାଳ ମିଳିବାପରେ ବିରାଟ ପଟୁଆରରେ ଗ୍ରାମକୁ ନିଆଯାଇ ଅସ୍ଥାୟୀ ମନ୍ଦିରରେ ରଖା ଯାଇ ପୂଜା ପାଠ ଚାଲିଛି। ଏହି ପୀଠରେ ମା’ଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories