ଅନୌପଚାରିକ ଟେଷ୍ଟମ୍ୟାଚ୍‌: ପଟିଦାରଙ୍କ ଅପରାଜିତ ଶତକ

ନ୍ୟୁଜିଲାଣ୍ଡ ‘ଏ’ର ବିଜୟଲକ୍ଷ୍ୟ ୪୧୬

ବେଙ୍ଗାଲୁରୁ: ଘରୋଇ ଭାରତ ‘ଏ’ କ୍ରିକେଟ୍‌ ଦଳ ବିପକ୍ଷରେ ୩ୟ ତଥା ଅନ୍ତିମ ଅନୌପଚାରିକ ଟେଷ୍ଟମ୍ୟାଚ୍‌ ଜିତିବା ଲାଗି ନ୍ୟୁଜିଲାଣ୍ଡ ‘ଏ’କୁ ୨ୟ ଇନିଂସରେ ୪୧୬ ରନ୍‌ ଆବଶ୍ୟକ । ଶନିବାର ମ୍ୟାଚ୍‌ର ୩ୟ ଦିନ ଶେଷରେ ୪୧୬ ରନ୍‌ ଲକ୍ଷ୍ୟର ପିଛାକରି ନ୍ୟୁଜିଲାଣ୍ଡ ‘ଏ’ ୨ୟ ଇନିଂସରେ ୧ ୱିକେଟରେ ୨୦ ରନ୍‌ କରିପାରିଛି  । ହାତରେ ଆଉ ୯ ୱିକେଟ ବାକିଥାଇ ନ୍ୟୁଜିଲାଣ୍ଡ ଆଉ ୩୯୬ ରନ୍‌ ଆବଶ୍ୟକ କରୁଛି । ରବିବାର ମ୍ୟାଚ୍‌ର ୪ର୍ଥ ତଥା ଅନ୍ତିମ ଦିନ ଥିବା ବେଳେ ନ୍ୟୁଜିଲାଣ୍ଡ ‘ଏ’ର ବିଜୟ କଷ୍ଟସାଧ୍ୟ ମନେହେଉଛି। ତେବେ ଭାରତ ‘ଏ’ ବାକି ୯ଟି ୱିକେଟ ନେଇ ଏହି ଟେଷ୍ଟ ଜିତିବା ସହ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ରହିଛି । କାରଣ ଶୃଙ୍ଖଳାର ପ୍ରଥମ ୨ଟି ଟେଷ୍ଟମ୍ୟାଚ୍‌ ଡ୍ର ରହିଥିଲା।

prayash

ଶନିବାର ଶେଷଆଡ଼କୁ ନ୍ୟୁଜିଲାଣ୍ଡ ‘ଏ’ ୨ୟ ଇନିଂସ ଆରମ୍ଭ କରିବା ପରେ ରଚିନ ରବୀନ୍ଦ୍ର ୧୨ ରନ୍‌କରି ଆଉଟ୍‌ ହୋଇ ଯାଇଥିଲେ। ପ୍ରଥମ ଇନିଂସରେ ୫୬ ରନ୍‌ରେ ଆଗରେ ରହିଥିବା ଭାରତ ‘ଏ’ ଶନିବାର ୩ୟ ଦିନରେ ୭ ୱିକେଟରେ ୩୫୯ ରନ୍‌କରି ୨ୟ ଇନିଂସ ଘୋଷଣା କରିଥିଲା। ଶନିବାର ୩ୟ ଦିନରେ ଅଧିନାୟକ ପ୍ରିୟଙ୍କ ପାଞ୍ଚାଲ ଓ ଋତୁରାଜ ଗାଏକ୍‌ୱାଡ୍‌ ୨ୟ ୱିକେଟ ପାଇଁ ୧୨୨ ରନ୍‌ ଯୋଡ଼ିଥିଲେ। ପାଞ୍ଚାଲ ୬ଟି ଚୌକା ସହ ୬୨ ରନ୍‌ କରିଥିଲେ। ପ୍ରଥମ ଇନିଂସରେ ଶତକ ଅର୍ଜନ କରିଥିବା ଋତୁରାଜ ଗାଏକ୍‌ୱାଡ୍‌ ପୁଣି ଏକ ଚମତ୍କାର ଇନିଂସ ଖେଳି ୧୧ଟି ଚୌକା ସହ ୯୪ ରନ୍‌କରି ଆଉଟ୍‌ ହୋଇଥିଲେ। ୪ର୍ଥ ୱିକେଟ ପାଇଁ ରଜତ ପଟିଦାର ଓ ସର୍ଫରାଜ ଖାଁ ୧୦୮ ରନ୍‌ ଯୋଡ଼ି ଦଳର ସ୍ଥିତି ମଜ୍‌ଭୁତ କରିଥିଲେ। ସର୍ଫରାଜ ୭୪ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୬୩ ରନ୍‌ କରିଥିଲେ। ମଧ୍ୟପ୍ରଦେଶର ପଟିଦାର ୧୩୫ ବଲ୍‌ରୁ ୨ଟି ଛକା ଓ ୧୩ଟି ଚୌକା ସହ ୧୦୯ ରନ୍‌ କରିଥିଲେ। ୧୯ ରନ୍‌ରେ ଭାରତ ‘ଏ’ ଆଉ ୪ଟି ୱିକେଟ ହରାଇବା ପରେ ୨ୟ ଇନିଂସ ଘୋଷଣା କରିଥିଲା। ରଚିନ ରବୀନ୍ଦ୍ର ୩ଟି ଓ ଜୋ ୱାକର ୨ଟି ୱିକେଟ ନେଇଥିଲେ।

kalyan agarbati

Comments are closed.