ଲିଜେଣ୍ଡସ ଲିଗ୍‌ କ୍ରିକେଟ ପାଇଁ ବାରବାଟୀ ପ୍ରସ୍ତୁତ

କଟକ: ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ଏକାଠି ହେବେ କିମ୍ବଦନ୍ତୀ କ୍ରିକେଟର । ଫଟାଫଟ କ୍ରିକେଟରେ ଚମକିବ ବାରବାଟୀ ପଡିଆ । ଓଡ଼ିଶାବାସୀ ହାତ ପାହାନ୍ତାରେ ଦେଖିବାକୁ ପାଇବେ ବିଗତ ଦିନର ନିଜର ପ୍ରିୟ କ୍ରିକେଟରଙ୍କୁ। ଏମିତି ଏକ କ୍ରିକେଟ ମହୋତ୍ସବ ଚଳିତ ସେପ୍ଟେମ୍ବର ୨୬ରୁ ୨୯ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡ଼ିୟମରେ ଦେଖିବାକୁ ମିଳିବ। ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟର ୩ଟି ମ୍ୟାଚ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ। ଏଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏନ, କମିଶନରେଟ୍‌ ପୁଲିସ, ଜିଲା ପ୍ରଶାସନ , ଅଗ୍ନିଶମ ଓ ଅନ୍ୟାନ୍ୟ ବିଭାଗ ମଧ୍ୟରେ ପ୍ରସ୍ତୁତି ବୈଠକ ଶନିବାର ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଓସିଏ ସମ୍ପାଦକ ସଞ୍ଜୟ ବେହେରା ଅଧ୍ୟକ୍ଷତାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା। ଲିଜେଣ୍ଡ ଲିଗ୍‌ କ୍ରିକେଟ ଓଡ଼ିଶାବାସୀଙ୍କ ପାଇଁ ଏକ ଉପହାର ଭଳି। ବିଗତ ଦିନର କ୍ରିକେଟ କିମ୍ବଦନ୍ତୀଙ୍କୁ ଏଠାରେ ଦେଖିବାକୁ ମିଳିବ। ଜୁନ୍‌ ୧୨ ପରେ ବାରବାଟୀକୁ ଟ୍ବେଣ୍ଟି୨୦ କ୍ରିକେଟ ଫେରିଛି। ବାରବାଟୀରେ ଖେଳାଯିବାକୁ ଥିବା ୩ଟି ମ୍ୟାଚକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ନେଇ ପଦକ୍ଷେପ ନିଆଯାଇଛି। ମ୍ୟାଚ ଲାଗି ଅନଲାଇନରେ ଟିକଟ ବିକ୍ରି ଜାରି ରହିଥିବାବେଳେ ୨୨ରୁ ଅଫ ଲାଇନ ଟିକଟ ବିକ୍ରି କରାଯିବ। ୨୪ରେ ଓସିଏ ଅନୁବନ୍ଧିତ ସଂଘ, ରଣଜୀ ଖେଳାଳିଙ୍କୁ ଟିକଟ ପ୍ରଦାନ କରାଯିବ ବୋଲି ଓସିଏ ସମ୍ପାଦକ ଶ୍ରୀ ବେହେରା କହିଛନ୍ତି।

prayash

୩୪ ହଜାର ଟିକଟ ବିକ୍ରି କରାଯିବାର ଲକ୍ଷ୍ୟ ରହିଛି ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି। ଦଳ ୨୫ ଓ ୨୬ରେ ଭୁବନେଶ୍ବରରେ ପହଞ୍ଚିବା ପରେ ହୋଟେଲ ମେ ଫେୟାର ଓ ଟ୍ରାଇଡେଣ୍ଟରେ ଅବସ୍ଥାନ କରିବେ। ପାର୍ବଣ ମଧ୍ୟରେ ଲିଜେଣ୍ଡସ ଲିଗ୍‌ କ୍ରିକେଟ କମିଶନରେଟ ପୁଲିସ ପାଇଁ ଏକ ଆହ୍ବାନ। ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟରେ କ୍ରିକେଟ କିମ୍ବଦନ୍ତୀଙ୍କୁ ଦେଖିବାକୁ ମିଳିବ। ଏଥିପାଇଁ ଓଡ଼ିଶା କ୍ରିକେଟପ୍ରେମୀଙ୍କ ମଧ୍ୟରେ ନିଶ୍ଚିତ ଉତ୍ସାହ ସୃଷ୍ଟି ହୋଇଛି। ୍‌ ଏଠାରେ ମୋଟ ୩ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ୪ଟି ଦଳ ଅଂଶଗ୍ରହଣ କରିବେ। ମ୍ୟାଚ ଲାଗି କମିଶନରେଟ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ପରିଚାଳନା ମୁଖ୍ୟ ଅଭିଷେକ ମଜୁମଦାର କହିଛନ୍ତି ଯେ, ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟର ପ୍ରଥମ ସଂସ୍କରଣରେ ମୋଟ ୮୮ଜଣ କ୍ରିକେଟ କିମ୍ବଦନ୍ତୀ ସାମିଲ ହୋଇଛନ୍ତି। ବିଗତ ଦିନର କ୍ରିକେଟ କିମ୍ବଦନ୍ତୀଙ୍କୁ ପଡିଆରେ ଦେଖିବା ଲାଗି କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ରହିଛି। ଯାହା ଶୁକ୍ରବାର କଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବ ପ୍ରଦର୍ଶନୀ ମ୍ୟାଚରୁ ଦେଖିବାକୁ ମିଳିିଥିଲା।

ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ୩ଟି ମ୍ୟାଚ ସଫଳ ହେବା ନେଇ ଆମେ ଆଶା ରଖିଛୁ। ଷ୍ଟାଡ଼ିୟମରେ ପୂର୍ଣ୍ଣ ଦର୍ଶକ ଉକ୍ତ ମ୍ୟାଚକୁ ଦେଖିବାର ଆଶା ରହିଛି ବୋଲି ମଜୁମଦାର କହିଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଟକ ମହାନଗର ନିଗମ ମେୟର ସୁବାସ ସିଂହ, କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ, କଟକ ଡିସିପି ପିନାକ ମିଶ୍ର, ସିଏମ୍‌ସି କମିଶନର ନିଖିଳ ପୱନ କଲ୍ୟାଣ, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସିଇଓ ସୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ବାରବାଟୀ ଷ୍ଟାଡ଼ିୟମରେ ଲିଜେଣ୍ଡ୍‌ସ ଲିଗ କ୍ରିକେଟର ୩ଟି ମ୍ୟାଚ ଖେଳାଯିବ। ସେପ୍ଟେମ୍ବର ୨୬ରେ ମଣିପାଲ ଟାଇଗର୍ସ- ବିଲୱାରା କିଙ୍ଗ୍‌ସ ମଧ୍ୟରେ, ୨୭ରେ ଗୁଜୁରାଟ ଜ୍ୟାଣ୍ଟ୍‌ସ- ବିଲୱାରା କିଙ୍ଗ୍‌ସକୁ ଓ ୨୯ରେ ଇଣ୍ଡିଆ କ୍ୟାପିଟାଲ୍‌ସ- ମଣିପାଲ ଟାଇଗର୍ସକୁ ଭେଟିବ।

kalyan agarbati

Comments are closed.