+୩ ନାମଲେଖା; ଦ୍ବିତୀୟ ପର୍ଯ୍ୟାୟରେ ୩୯,୮୮୪ ମନୋନୀତ
ଭୁବେନଶ୍ବର: ରାଜ୍ୟରେ ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ ୩ ନାମଲେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ୩୯,୮୮୪ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୧,୧୬୫ଜଣ ଛାତ୍ରୀ ଥିବା ବେଳେ ୧୮,୭୧୭ ଛାତ୍ର ଏବଂ ୨ କିନ୍ନର ରହିଛନ୍ତି। ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳାରେ ୨୧,୦୪୧ ଜଣ ଥିବା ବେଳେ ସେଲ୍ଫ ଫାଇନାନ୍ସିଂରେ ୫୩୭, ବାଣିଜ୍ୟରେ ୩,୪୦୦, ଶାସ୍ତ୍ରୀରେ ୪୨୩, ଫିଜିକାଲ ସାଇନ୍ସରେ ୭,୭୦୭, ବାୟୋଲୋଜିକାଲ ସାଇନ୍ସରେ ୬,୭୭୬ ଛାତ୍ରଛାତ୍ରୀ ରହିଛନ୍ତି। ଆସନ୍ତା ୧୯ତାରିଖ ସନ୍ଧ୍ୟା ୫ଟାରେ ଭିତରେ ମନୋନୀତ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ।
୨୦ ତାରିଖ ଅପରାହ୍ଣ ୨ଟାରେ ସାମ୍ସ ୱେବସାଇଟ ଏବଂ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ଇ-ସ୍ପେସରେ ବଳକା ସିଟ୍ ତାଲିକା ପ୍ରକାଶ ପାଇବ। ୨୧ ତାରିଖ ପୂର୍ବାହ୍ନ ୧୧ଟାରୁ ୨୩ ତାରିଖ ରାତି ୧୧ଟା ୪୫ ଭିତରେ ଛାତ୍ରଛାତ୍ରୀ ସ୍ପଟ ନାମଲେଖା ପାଇଁ ଆବେଦନ କରିବେ। ତେବେ ଯେଉଁମାନେ ପୂର୍ବରୁ ଆବେଦନ କରିଥିବେ ସେହି ଛାତ୍ରଛାତ୍ରୀ କେବଳ ସ୍ପଟ ନାମଲେଖା ପାଇଁ ଆବେଦନ କରିପାରିବେ। ୨୮ ତାରିଖରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ୨୮ ତାରିଖ ୨ଟାରୁ ଅକ୍ଟୋବର ୧ ତାରିଖ ସନ୍ଧ୍ୟା ୫ଟା ଭିତରେ ମନୋନୀତ ଛାତ୍ରଛାତ୍ରୀ ନାମ ଲେଖାଇବେ।
Comments are closed.