ପିପିଲି : ପବିତ୍ର ବିଜୟା ଦଶମୀ ଅବସରରେ ଆସନ୍ତା ୧୯ ତାରିଖ ଶୁକ୍ରବାର ପିପିଲିର ଇନ୍ଦିରା ମଇଦାନ ଠାରେ ୪ର୍ଥ ବାର୍ଷିକ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ ହେବ। ଏଥି ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି।
ଇନ୍ଦିରା ମଇଦାନ ଠାରେ ସଭାମଣ୍ଡପ ନିର୍ମାଣ ସହ ରାବଣପୋଡି ନିମନ୍ତେ ସ୍ୱତନ୍ତ୍ର ଆୟୋଜନ କରାଯାଉଛି। ସଂନ୍ଧ୍ୟାରେ ଓଡିଶୀ, ସମ୍ବଲପୁରୀ, ଗୋଟିପୁଅ ନୃତ୍ୟ ସହ ଭଜନ ସମାରୋହର ଆୟୋଜନ କରାଯାଇଛି। ସାଧାରଣ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଉଥିବା ବେଳେ ଏହି ଅବସରରେ ସେଠାରେ ନିର୍ମିତ ୨୦ ଫୁଟ ଉଚ୍ଚତାର ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରାଯିବା ପରେ ଆତସବାଜି ପ୍ରଦର୍ଶନ କରାଯିବ ବୋଲି ରାବଣ ପୋଡି ମହୋତ୍ସବ କମିଟିର ଅଧ୍ୟକ୍ଷ ଆଡଭୋକେଟ ସୁରେଶ କୁମାର ରଥ ସୂଚନ ଦେଇଛନ୍ତି।
୧୯ରେ ପିପିଲି ରାବଣ ପୋଡି
Popular Categories



