www.samajalive.in
Monday, December 8, 2025
24.1 C
Bhubaneswar

ଆଶ୍ରମ ବିଦ୍ୟାଳୟରେ ଖାଦ୍ୟର ମାନ ପରଖୁ ନାହାନ୍ତି ନିରୀକ୍ଷକ, ଉଚିତ୍ ମାନର ଖାଦ୍ୟ ପାଉଛନ୍ତି କି ଅନ୍ତେବାସୀ?

ଲକ୍ଷ୍ମୀପୁର: ଖାଦ୍ୟର ମାନ ପରଖିବା ପାଇଁ ଜିଲାରେ ରହିଛନ୍ତି ଖାଦ୍ୟ ଅଧିକାରୀ ଓ ନିରୀକ୍ଷକ। ସେମାନଙ୍କ କାମ ଖାଦ୍ୟର ମାନ ପରଖିବା। ତେବେ ଉକ୍ତ ଅଧିକାରୀମାନେ କେବଳ ବିଭିନ୍ନ ହୋଟେଲଠାରୁ ଆରମ୍ଭ କରି ଜଳଖିଆ ଦୋକାନ ଆଦି ଉପରେ ଚଢାଉ କରୁଥିବା ବେଳେ ସରକାରଙ୍କ ଦ୍ଵାରା ପରିଚାଳିତ ହେଉଥିବା ଆଦିବାସୀ ଊନ୍ନୟନ ବିଭାଗ ଦ୍ଵାରା ଆଶ୍ରମ ବିଦ୍ୟାଳୟଗୁଡିକର ଖାଦ୍ୟର ମାନ ପରଖିବା ଦେଖିବାକୁ ମିଳୁନାହିଁ। ଯେଉଁଠାରେ କି ଛୋଟ ଛୋଟ କୋମଳମତି ପିଲାମାନେ ସେମାନଙ୍କ ବାପା ମାଆଙ୍କୁ ଛାଡ଼ି ଆସି ରହୁଛନ୍ତି। ସରକାର ଏମାନଙ୍କ ନିମନ୍ତେ ସକାଳ ଜଳଖିଆଠାରୁ ଆରମ୍ଭ କରି ଦ୍ବିପ୍ରହର ଓ ରାତ୍ରି ଭୋଜନ ଯୋଗାଇବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ବିଡମ୍ବନାର ବିଷୟ ହେଉଛି ଯେଉଁ ଅନୁଷ୍ଠାନଗୁଡିକରେ ଶହ ଶହ ପିଲା ବା ଆମେ ଯାହାଙ୍କୁ ଆଗାମୀ ଭବିଷ୍ୟତ ବୋଲି କହୁଛୁ ସେଠାରେ ଖାଦ୍ୟର କୌଣସି ମାନ ଯାଞ୍ଚ କରାଯାଉନାହିଁ। ଯେଉଁଥିପାଇଁ ବିଭିନ୍ନ ରାଜ୍ୟର ଆଶ୍ରମ ବିଦ୍ୟାଳୟରେ ଅନେକ ସମୟରେ ଅନେକ ଅଘଟଣମାନ ଘଟୁଥିବା ଦେଖିବାକୁ ମିଳୁଛି। ଏଠାରେ ପ୍ରଶ୍ନ ଉଠୁଛି କ’ଣ କେବଳ ବେସରକାରୀ ହୋଟେଲ ଓ ଜଳଖିଆ ଦୋକାନରେଗୁଡ଼ିକରେ ନିମ୍ନ ମାନର ଖାଦ୍ୟ ଲୋକମାନଙ୍କୁ ଦିଆଯାଉଛି। ଅନେକ ଆଶ୍ରମ ବିଦ୍ୟାଳୟରେ ଯେଉଁ ଖାଦ୍ୟ ସବୁ ପିଲାମାନଙ୍କୁ ଦିଆଯାଉଛି ତାହା ଅତ୍ୟନ୍ତ ନିମ୍ନ ମାନର। ଏପରିକି ଯେଉଁ ଦୋକାନଗୁଡିକରୁ ଖାଦ୍ୟ ସାମଗ୍ରୀ କ୍ରୟ କରାଯାଉଛି ସେମାନେ ବଜାର ଦରଠାରୁ କେତେ କମ ଦରରେ ଦେଇ ପାରିବେ ସେନେଇ ମୂଲଚାଲ କରାଯାଉଛି।

ଅନ୍ୟ ପକ୍ଷରେ ଖାଦ୍ୟ ପ୍ରସ୍ତୁତି ଓ ସେଗୁଡ଼ିକ ଠିକ୍ ଭାବେ ଘୋଡାଯାଉଛି କି ନାହିଁ ଏବଂ ଯେତିକି ପରିମାଣର ମିଳିବା କଥା ତାହା ମଧ୍ୟ ଯାଞ୍ଚ କରାଯାଉ ନାହିଁ। ଯେଉଁଥିପାଇଁ କ୍ୟାଲୋରୀ ଅଭାବରୁ ଅନେକ ସମୟରେ ପିଲାମାନେ ବିଭିନ୍ନ ରୋଗରେ ପୀଡିତ ହେଉଥିବା ଦେଖିବାକୁ ମିଳୁଛି। ଏହାର ପ୍ରତିକାର ପାଇଁ ଜିଲା ପ୍ରଶାସନ ହୁଅନ୍ତୁ ଅବା ଫୁଡ୍ ଅଫିସର ଓ ଖାଦ୍ୟ ନିରୀକ୍ଷକମାନେ ଯତ୍ନବାନ ହୋଇ ଦେଶର ଆଗାମୀ ଭବିଷ୍ୟତ କୁହାଯାଉଥିବା ଆଶ୍ରମ ବିଦ୍ୟାଳୟରେ ରହି ଅନ୍ତେବାସୀମାନଙ୍କୁ ଯେଉଁ ଖାଦ୍ୟ ସବୁ ଦିଆଯାଉଛି କିଛିଦିନ ଅନ୍ତରରେ ଯାଞ୍ଚ କରିବା ଆବଶ୍ୟକ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories