www.samajalive.in
Sunday, December 7, 2025
13.1 C
Bhubaneswar

ପାରମ୍ପରିକ ଔଷଧ ଉପରେ ନୂତନ ଏସସିଓ କାର୍ଯ୍ୟଗୋଷ୍ଠୀ ପାଇଁ ପଦକ୍ଷେପ ନେବ ଭାରତ – ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ସାଂଘାଇ ସହଯୋଗ ସଂଗଠନ ସଦସ୍ୟ ରାଷ୍ଟ୍ର ପରିଷଦର ୨୨ତମ ସମ୍ମିଳନୀରେ ଯୋଗ ଦେଇଥିବା ନେତୃବୃନ୍ଦଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପାରମ୍ପରିକ ଔଷଧ ଉପରେ ଏକ ନୂତନ ଏସସିଓ କାର୍ଯ୍ୟ ଗୋଷ୍ଠୀ ପାଇଁ ଭାରତ ପଦକ୍ଷେପ ନେବାକୁ ଯାଉଛି। ସେ ଦର୍ଶାଇଛନ୍ତି ଯେ ୨୦୨୨ ଏପ୍ରିଲରେ ଗୁଜୁରାଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ହୁ ଏହାର ବିଶ୍ଵସ୍ଥରୀୟ ପାରମ୍ପରିକ ଔଷଧ କେନ୍ଦ୍ରର ଉଦଘାଟନ କରିଥିଲା ​​ଏବଂ ପାରମ୍ପରିକ ଚିକିତ୍ସା ପାଇଁ ହୁ ଦ୍ୱାରା ଏହା ପ୍ରଥମ ତଥା ଏକମାତ୍ର ବିଶ୍ୱସ୍ଥରୀୟ କେନ୍ଦ୍ର ଥିଲା।

ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ଖାଦ୍ୟ ସୁରକ୍ଷା ଆହ୍ୱାନର ମୁକାବିଲା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ମିଲେଟଗୁଡିକୁ ଲୋକପ୍ରିୟ କରିବା ପାଇଁ ଭାରତର ଉଦ୍ୟମ ବିଷୟରେ କହିଛନ୍ତି। ସେ କହିଛନ୍ତି, ବିଶ୍ୱର ଆଉ ଏକ ଆହ୍ୱାନ ହେଉଛି ଆମ ନାଗରିକଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା। ଏହାର ସମାଧାନ ମଧ୍ୟରୁ ଗୋଟିଏ ହେଉଛି ମିଲେଟ ଚାଷ କରିବା। ମିଲେଟଗୁଡିକ ଏପରି ଏକ ସୁପରଫୁଡ ଯାହା କେବଳ ଏସସିଓ ସଦସ୍ୟ ରାଷ୍ଟ୍ରରେ ନୁହେଁ ବରଂ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ହଜାର ହଜାର ବର୍ଷ ହେବ ଉତ୍ପାଦନ ହେଉଛି। ଶ୍ରୀ ମୋଦୀ କହିଛନ୍ତି ଯେ ୨୦୨୩କୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଚିହ୍ନିତ କରିବାରେ ଏସସିଓ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ ମହାମାରୀ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ପରେ ଭାରତକୁ ଏକ ଉତ୍ପାଦନ ହବରେ ପରିଣତ କରିବା ବିଷୟ ଦୋହରାଇଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ବିଶ୍ୱ ଯୋଗାଣ ଶୃଙ୍ଖଳା ବ୍ୟାହତ କରିଛି। ସେ କହିଛନ୍ତି, ବିଶ୍ୱ କୋଭିଡ ମହାମାରୀ ପରିସ୍ଥିତିରୁ ମୁକୁଳୁଛି। କରୋନା ଏବଂ ୟୁକ୍ରେନ ସଙ୍କଟ କାରଣରୁ ବିଶ୍ୱର ଯୋଗାଣ ଶୃଙ୍ଖଳରେ ଅନେକ ବ୍ୟାଘାତ ଘଟିଛି। ଆମେ ଭାରତକୁ ଏକ ଉତ୍ପାଦନ ହବରେ ପରିଣତ କରିବାକୁ ଚାହୁଁଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସମରକନ୍ଦରେ କହିଛନ୍ତି। ଦେଶର ଆର୍ଥିକ ସ୍ଥିରତା ବିଷୟରେ ସେ କହିଛନ୍ତି ଯେ ଭାରତରେ ୭୦ ହଜାରରୁ ଅଧିକ ଷ୍ଟାର୍ଟ ଅପ୍ ଏବଂ ୧୦୦ରୁ ଅଧିକ ୟୁନିକର୍ଣ୍ଣ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories