ଜାତୀୟ ଯନ୍ତ୍ରୀ ଦିବସ
ସମଗ୍ର ଭାରତରେ ସେପ୍ଟେମ୍ବର ୧୫ ତାରିଖକୁ ଜାତୀୟ ଯନ୍ତ୍ରୀ ଦିବସ ଭାବେ ପାଳନ କରାଯାଉଛି। ଦେଶର ଉନ୍ନତିରେ ଯନ୍ତ୍ରୀଙ୍କ ଭୂମିକାକୁ ମନେପକାଇବା ଲାଗି ଇଂ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରୟାଙ୍କ ଜନ୍ମଦିନରେ ଯନ୍ତ୍ରୀ ଦିବସ ପାଳିତ ହୁଏ। ୧୮୬୦ ସେପ୍ଟେମ୍ବର ୧୫ରେ କର୍ଣ୍ଣାଟକ କୋଲାବା ଜିଲାର ଏକ ନିପଟ ମଫସଲ ଗାଁରେ ସେ ଜନ୍ମଗ୍ରହଣ କରିଥିଲେ। ଏକାଧାରାରେ ସେ ଜଣେ ଦକ୍ଷ ସ୍ଥପତି, ଅର୍ଥନୀତିଜ୍ଞ, ସୁଦକ୍ଷ ପ୍ରଶାସକ ଥିଲେ। ବମ୍ବେ ବିଶ୍ୱବିଦ୍ୟାଳୟର ସର୍ବଶ୍ରେଷ୍ଠ ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଭାବେ ବିଶେଶ୍ୱରୟାଙ୍କୁ ସେହି ବର୍ଷ ୧୮୮୪ ମସିହାରେ ବମ୍ବେ ପ୍ରଦେଶର ପୂର୍ତ୍ତ ବିଭାଗରେ ସହକାରୀ ଯନ୍ତ୍ରୀ ଭାବରେ ନିଯୁକ୍ତି ମିଳିଲା। ବମ୍ବେ ଭଳି ଏକ ଜନବହୁଳ ନଗରର ରାସ୍ତଘାଟ, ପାନୀୟ ଜଳ, ପରିମଳ ବ୍ୟବସ୍ଥାର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ଦୂରଦୃଷ୍ଟି ସହ ଖୁବ୍ ସଫଳତା ପୂର୍ବକ ନିର୍ବାହ କରିଥିଲେ। ନିଜ ଜୀବନ କାଳରେ ବହୁ ସମ୍ମାନର ଅଧିକାରୀ ସେ ହୋଇଛନ୍ତି। ବିଟ୍ରିଶ ସରକାର ତାଙ୍କୁ ସମ୍ମାନଜନକ ସାର୍ ଉପାଧିରେ ଭୂଷିତ କରିଥିବା ବେଳେ ୧୯୫୫ ମସିହାରେ ଭାରତ ସରକାର ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଉପାଧିରେ ଭୂଷିତ କରିଥିଲେ। ତାଙ୍କ ଅବଦାନକୁ ସ୍ମରଣ କରିବା ଲାଗି ଶ୍ରୀଲଙ୍କା, ତାଞ୍ଜାନିଆରେ ତାଙ୍କ ଜନ୍ମଦିନକୁ ‘ଜାତୀୟ ଯନ୍ତ୍ରୀ ଦିବସ’ ଭାବେ ପାଳନ କରାଯାଉଛି। nn
Comments are closed.