ବିଜେପି ବିରୋଧରେ ଆପ୍‌ର ଏତଲା

ବିଧାୟକଙ୍କୁ କିଣିବା ଅଭିଯୋଗ

ଚଣ୍ଡିଗଡ: ପଞ୍ଜାବରେ ଦଳୀୟ ବିଧାୟକଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ ନିଜ ପକ୍ଷକୁ ନେବା ଲାଗି ବିଜେପି ଉଦ୍ୟମ କରିଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି (ଆପ୍‌)। ବୁଧବାର ଆପ୍ ଏପରି ଅଭିଯୋଗ କରିବା ସହିତ ବିଜେପି ବିରୋଧରେ ପୁଲିସରେ ଏତଲା ଦାୟର କରିଛି। ପଞ୍ଜାବ ପୁଲିସ ମହାନିର୍ଦେଶକ (ଡିଜିପି) ଗୌରବ ଯାଦବଙ୍କ ନିକଟରେ ଆପ୍ ଦାୟର କରିଥିବା ଅଭିଯୋଗରେ ଦର୍ଶାଇଛି ଯେ ବିଜେପି ଏହାର ୧୦ ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରିଥିଲା। ବିଧାୟକଙ୍କୁ କିଣିବା ପୂର୍ବକ ନିର୍ବାଚିତ ସରକାରକୁ ଭାଙ୍ଗିବା ଲାଗି ଚେଷ୍ଟା କରିଥିଲା। ଏପରିକି ଜଳନ୍ଧର ୱେଷ୍ଟର ବିଧାୟକ ଶୀତଲ ଅଙ୍ଗୁରାଲଙ୍କୁ ମଧ୍ୟ ବିଜେପି ଧମକ ଦେଇଥିବା ଆପ୍ ଅଭିଯୋଗ କରିଛି। ବିଜେପିର ଏପରି ଉଦ୍ୟମ ଫୌଜଦାରୀ ଷଡଯନ୍ତ୍ର ତେଣୁ ଏହାର ତଦନ୍ତ କରାଯାଉ।

prayash

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଆପ୍ ନେତା ତଥା ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂହ ଚିମା କହିଛନ୍ତି ଯେ ବିଜେପି ବିଭିନ୍ନ ରାଜ୍ୟରେ ନିର୍ବାଚିତ ସରକାରକୁ ଭାଙ୍ଗି ଗଣତନ୍ତ୍ରକୁ ହତ୍ୟା କରିଛି। ପଞ୍ଜାବ ସରକାରକୁ ମଧ୍ୟ ଭାଙ୍ଗିବା ଲାଗି ଏହା ଉଦ୍ୟମ କରିଥିଲେ। ମାତ୍ର ଆପ୍‌ର ସତର୍କ ଯୋଦ୍ଧା ବିଜେପିର ଏପରି ଉଦ୍ୟମକୁ ପଣ୍ଡ କରିଥିଲେ। ବିଜେପିର ଷଡଯନ୍ତ୍ର ବିରୋଧରେ ଆପ୍ ଆବଶ୍ୟକ ପ୍ରମାଣ ଉପସ୍ଥାପନ ସହ ଏହାର ନିରପେକ୍ଷ ତଦନ୍ତ ନିମନ୍ତେ ପଞ୍ଜାବ ପୁଲିସକୁ ନିବେଦନ କରିଛି।

kalyan agarbati

Comments are closed.