ଜାକ୍‌ଲିନଙ୍କୁ ୮ଘଣ୍ଟା ଜେରା

ନୂଆଦିଲ୍ଲୀ: ବେଆଇନ ଚାନ୍ଦା ଆଦାୟ ଅଭିଯୋଗରେ ଦିଲ୍ଲୀ ପୁଲିସ ବୁଧବାର ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ୍‌ଙ୍କୁ ଜେରା କରିଛି। ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ସମନ ଆଧାରରେ ଜାକ୍‌ଲିନ ଆଜି ହାଜର ହୋଇଥିଲେ। ହାଜର ପରେ ଇଓଡବ୍ଲ୍ୟୁର ଅଧିକାରୀମାନେ ତାଙ୍କୁ ଦୀର୍ଘ ୮ଘଣ୍ଟା ଜେରା କରିଥିଲେ। ଜେରା ସମୟରେ ଜାକ୍‌ଲିନଙ୍କ ଉତ୍ତରରେ ଅସମାନତା ଦେଖାଯାଇଥିବା ପୁଲିସ କହିଛି। ଜାକ୍‌ଲିନଙ୍କ ସହିତ ତାଙ୍କର ସାଥୀ ତଥା ସହଯୋଗୀ ପିଙ୍କି ଇରାନୀ ସାମିଲ ହୋଇଥିଲେ। ପିଙ୍କିଙ୍କୁ ମଧ୍ୟ ପୁଲିସ ଜେରା କରିଥିଲା। ପ୍ରଥମେ ଉଭୟଙ୍କୁ ଅଲଗା ଅଲଗା ଜେରା କରାଯାଇଥିଲା। ପରେ ଉଭୟଙ୍କୁ ଏକାଠି ଜେରା କରାଯାଇଥିଲା। ଜାକଲିନଙ୍କୁ ସୁକେଶ ଚନ୍ଦ୍ରଶେଖରଙ୍କ ସହିତ ସାକ୍ଷାତ କରାଇବାରେ ପିଙ୍କି ସହଯୋଗ କରିଥିଲେ। ଜାକଲିନଙ୍କ ସାଥୀ ସୁକେଶ ବିଭିନ୍ନ ବଡବଡ ବ୍ୟବସାୟୀଙ୍କ ଠାରୁ ମିଥ୍ୟା ପରିଚୟରେ ଧମକାଇବା ପୂର୍ବକ ପ୍ରାୟ ୨୦୦ କୋଟି ଚାନ୍ଦା ଆଦାୟ କରିଥିଲେ। ଏହି ଚାନ୍ଦା ଆଦାୟରେ ସୁକେଶ ମୁଖ୍ୟ ଅଭିଯୁକ୍ତ ଥିବାବେଳେ ଜାକଲିନ ତାଙ୍କୁ ସହଯୋଗ କରିବା ସହିତ ଏହାର ଭାଗ ବିଭିନ୍ନ ଉପହାର ଆକାରରେ ନେଇଥିବା ଅଭିଯୋଗ ହୋଇଛି।

kalyan agarbati

Comments are closed.