ପ୍ରକୃତି ମିଶ୍ରଙ୍କ ମାମଲା: ସ୍ଥିତିପତ୍ର ଦାଖଲ ନିର୍ଦେଶ
କଟକ: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପକ୍ଷରୁ ଦାୟର ମାମଲା ହାଇକୋର୍ଟ ବିଚାରପତି ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ପୀଠ ଶୁଣାଣି କରି ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ୨୯ତାରିଖ ପୂର୍ବରୁ ଏହି ରିପୋର୍ଟ ଦାଖଲ କରିବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତୀ ଶୁଣାଣି ସେପ୍ଟେମ୍ବର ୨୯ରେ ହେବ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି। ତେବେ କମିଶନରେଟ ପୁଲିସ ନିକଟରେ ସେ ଦେଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରକୃତି। ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁରେ ଖାରବେଳ ନଗର ଥାନାରେ ଏତଲା ରୁଜୁ କରିଥିଲେ ପ୍ରକୃତି। ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ସେ ଏହି ଏତଲା କରିଥିଲେ। ଏହି ମାମଲାରେ ଗୃହ ସଚିବ, ପୁଲିସ କମିଶନର, ଭୁବନେଶ୍ୱର ଡିସିପି ଓ ଖାରବେଳନଗର ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏଥିରେ ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଇବାକୁ ପ୍ରାର୍ଥନା କରାଯାଇଛି। ସୂଚନାଯୋଗ୍ୟ ଜୁଲାଇ ୨୩ରେ ପ୍ରକୃତିଙ୍କୁ ଆକ୍ରମଣ କରାଯାଇଥିଲା।
Comments are closed.