ଚୌଦ୍ୱାର ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷଙ୍କ ପରଲୋକ
ଚୌଦ୍ୱାର: ଚୌଦ୍ୱାର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମନମୋହନ ସାମନ୍ତରାୟଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ସୋମବାର ଦିନ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘେଷଣା କରିଥିଲେ । ସ୍ୱର୍ଗତ ସାମନ୍ତରାୟ ଚୌଦ୍ୱାର କଲେଜରେ ୧୯୭୮ରୁ ୧୯୯୦ ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟିତ୍ୱରେ ରହି କଲେଜରେ ବହୁ ଉନ୍ନୟନ କାର୍ଯ୍ୟ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ ।
ଚୌଦ୍ୱାର କଲେଜ ପ୍ରତିଷ୍ଠାରେ ତାଙ୍କର ଗରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତାଙ୍କ ମୃତ୍ୟୁ ଖବର ପାଇ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରୋ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରହଲ୍ଲାଦ ସ୍ୱାଇଁ, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରକାଶ ଚନ୍ଦ୍ର ମହାପାତ୍ର, ପବିତ୍ର ମୋହନ ଭୂୟାଁ, ବିଚିତ୍ରାନନ୍ଦ ରାଉତରାୟ, ଶିବାନୀ ଶଙ୍କର ନନ୍ଦ, ଶୈଳେନ୍ଦ୍ର ବାରିକ, କାଦମ୍ବିନୀ ମହାପାତ୍ର, ବରିଷ୍ଠ ଚିକିତ୍ସକ ଏମ୍ ମଇଉଦ୍ଦିନ, ଡା. ମୁରଲୀଧର ଦ୍ୱିବେଦୀ, ଚୌଦ୍ୱାର ସାହିତ୍ୟ ସଂସଦର ସଂପାଦକ ଦିବ୍ୟଜ୍ୟୋତି ପାଣି, ଡାଳିଯୋଡ଼ା ସାହିତ୍ୟ ସଂସଦ ସଭାପତି କେ.ସି. ପ୍ରତାପସିଂହ, ବହୁ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁ ମାନେ ତାଙ୍କ ହାଉସିଂବୋର୍ଡ ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ତାଙ୍କ ବିୟୋଗରେ ଚୌଦ୍ୱାର ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ. ଉମେଶ ଚନ୍ଦ୍ର ଦେବତାଙ୍କ ପୌରୋହିତ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା ସ୍ୱର୍ଗତ ସାମନ୍ତରାୟଙ୍କ ମୃତ୍ୟୁରେ ସାରା ଚୌଦ୍ୱାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Comments are closed.