ସାତଦିନ ହେବ ଗାଁରେ ନାହିଁ ବିଦ୍ୟୁତ୍; ଡିବିରିରେ ଚଳୁଛି ବାଘସାହି

ବୌଦ୍ଧ: ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ପରିବାରମାନଙ୍କୁ ବିଜୁଳି ଯୋଗାଇ ଦେବା ପାଇଁ  ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ହଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ବୀରନରସିଂହପୁର ପଞ୍ଚାୟତ ବୀରନରସିଂହପୁର ଗ୍ରାମର ବାଘସାହିରେ ଦୀର୍ଘ  ଦିନ ହେଲା ବିଦ୍ୟୁତ୍‌ ନଥିବାରୁ ସାହି ବାସିନ୍ଦା ଅନ୍ଧାରରେ ଥିବା ଜଣାପଡିଛି । ଗ୍ରାମବସୀମାନେ ବିଦ୍ୟୁତ୍‌ ବିଭାଗ ପାଖରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି  ।

prayash

ମିଳିଥିବା ସୂଚନା ମୁତାବକ ବୀରନରସିଂହପୁର ପଞ୍ଚାୟତର ବାଘସାହିରେ ପ୍ରାୟ ଶହେ ଲକ ବସବାସ କରନ୍ତି । କିନ୍ତୁ ସାହିର ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ଏକ ସପ୍ତାହ ହେବ ପୋଡି ଯାଇଥିବାରୁ ସାହିବାସୀ ଏବେ ଅନ୍ଧାରରେ ଥିବାବେଳେ  ଡିବିରି ଆଲୁଆରେ ଚଳୁଛନ୍ତି । ଏପଟେ ବିଦ୍ୟୁତ୍‌ ନଥିବାରୁ ସାହିର  ପିଲାମାନେ ପାଠ ପଢିବାରେ ସମସ୍ୟା ଦେଖାଦେଇଛି । ସାହିର ଚାରିପଟେ ବିଲ ଥିବାବେଳେ ବର୍ଷା ଯୋଗୁଁ ଘର ଭିତରକୁ ବିଷଧର ସାପ ଆସୁଥିବାରୁ ଲୋକମାନେ ଏକ ପ୍ରକାର ଭୟରେ ରହିଛନ୍ତି ।  ସନ୍ଧ୍ୟା ହେଲେ ଘରର କବାଟ ବନ୍ଦ କରି ରହୁଛନ୍ତି । ଏନେଇ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

kalyan agarbati

Comments are closed.