ସନ୍ଧ୍ୟା ୬ଟା ମୁଖ୍ୟ ଖବର

୬ ମାସରେ ପାକିସ୍ତାନରେ ୨ ହଜାରରୁ ଅଧିକ ଶିଶୁ ନିର୍ଯ୍ୟାତନା ମାମଲା ପଞ୍ଜିକୃତ: ରିପୋର୍ଟ..

ପ୍ରଫେସର ଚକ୍ରଧର ତ୍ରିପାଠୀ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନୂଆ କୁଳପତି..

ଅଟକ ପରେ କହିଲେ ଶୁଭେନ୍ଦୁ ଅଧିକାରୀ, ବେଙ୍ଗଲକୁ ଉତ୍ତରକୋରିଆ କରିସାରିଲେଣି ମମତା..

ଆଜିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ… ୧୮ ତାରିଖରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ… ପ୍ରଭାବରେ ରାଜ୍ୟରେ ପୁଣି ବଢ଼ିପାରେ ବର୍ଷା…. ସେପଟେ ବର୍ତ୍ତମାନ ସୁଦ୍ଧା ଚଳିତ ମୌସୁମୀ ଋତୁରେ ୧୦୮୪.୩ ମିମି ବର୍ଷା ରେକର୍ଡ… ସ୍ୱାଭାବିକ ତୁଳନାରେ ଅଧିକ ବର୍ଷିଛି ୫ ପ୍ରତିଶତ….

ତେଲେଙ୍ଗାନାର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ… ନିଆଁରେ ଜଳି ୮ଜଣ ଜୀବନ୍ତ ଦଗ୍ଧ… ଇ-ସ୍କୁଟର ଚାର୍ଜିଂ ପଏଣ୍ଟରୁ ଲାଗିଗଲା ନିଆଁ… ଆୟତ୍ତ କଲା ଅଗ୍ନିଶମ ବାହିନୀ… ଘଟଣାକୁ ନେଇ ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ତେଲେଙ୍ଗାନା ସରକାର… ମୃତକଙ୍କ ପରିବାରକୁ ମିଳିବ ୫ଲକ୍ଷ ଟଙ୍କା କ୍ଷତିପୂରଣ…

ରାଜ୍ୟରେ ୨ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ… ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୫୯ ପଜିଟିଭ୍‌… ସୁସ୍ଥ ହେଲେ ୨୦୯ ଆକ୍ରାନ୍ତ… ରାଜ୍ୟରେ ଏବେ ବି ମୋଟ୍‌ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୭୬୭ଜଣ…

ଦେଶରେ ଖସୁଛି କରୋନା ଗ୍ରାଫ୍‌… ବଢ଼ୁଛି ସୁସ୍ଥତା ସଂଖ୍ୟା… ୫ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ… ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୪ହଜାର ୩୬୯ ଆକ୍ରାନ୍ତ… ଆଜିର ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ୍‌ ସକ୍ରିୟ ଆକ୍ରାନ୍ତ ରହିଛି ୪୬ହଜାର ୩୪୭…

କେରଳରୁ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ… ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ସିଧାସିଧା ଚ୍ୟାଲେଞ୍ଜ… କହିଲେ ହିଂସା ଓ ଘୃଣାରେ ନିର୍ବାଚନ ଜିତିଲେ ହେବନାହିଁ ଦେଶର କୌଣସି ଉନ୍ନତି… ଦେଶକୁ ଏକଜୁଟ କରିବାକୁ କଂଗ୍ରେସ କରୁଛି ଭାରତ ଯୋଡ ଯାତ୍ରା…

ନକଲି ଔଷଧ କାରବାର ଘଟଣା… ସାମ୍ନାକୁ ଆସିଲେ କାରବାରର ଦୁଇ ଅଭିଯୁକ୍ତ… ଏତଲା ପରେ କଲେ ଆତ୍ମସମର୍ପଣ… ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ କଟକ ଡିସିପି.. କହିଲେ, ନକଲି ଔଷଧ ଚେର ଖୋଜିବାକୁ ରାଜ୍ୟ ବାହାରକୁ ଯିବ ପୁଲିସ…

Comments are closed.