www.samajalive.in
Saturday, December 6, 2025
14.1 C
Bhubaneswar

ରାମକୃଷ୍ଣ ମିଶନ ପକ୍ଷରୁ ବନ୍ୟା ବିପନ୍ନ ପରିବାରଙ୍କୁ ବସ୍ତ୍ର ବଣ୍ଟନ

ବାଙ୍କୀ: ଭୁବନେଶ୍ୱର ସ୍ଥିତ ରାମକୃଷ୍ଣ ମିଶନ ପକ୍ଷରୁ ମଙ୍ଗଳବାର ସକାଳେ ଶିମିଳିପୁର ପଞ୍ଚାୟତର ଶୁଖୁଆଖଳା ଏବଂ ହରିରାଜପୁର ପଞ୍ଚାୟତର ଯୋରକୂଳ ଗ୍ରାମରେ ବନ୍ୟା ବିପନ୍ନ ପରିବାରଙ୍କୁ ରିଲିଫ୍ ସହାୟତା ଭାବରେ ବସ୍ତ୍ର ବଣ୍ଟନ କରାଯାଇଛି। ପ୍ରଥମେ ଶୁଖୁଆଖଳା ଗ୍ରାମରେ ବିବେକାନନ୍ଦ ଷ୍ଟଡି ସର୍କଲର କାର୍ଯ୍ୟକର୍ତ୍ତା, ଛାତ୍ର ଓ ଶୁଭେଚ୍ଛୁଙ୍କ ସହଯୋଗରେ ସଞ୍ଚାଳିତ ରିଲିଫ୍ ସହାୟତାକୁ ରାମକୃଷ୍ଣ ମିଶନ ପକ୍ଷରୁ ସ୍ୱାମୀ ଅଦ୍ୱେୟାନନ୍ଦ ଜୀ ମହାରାଜ, ସ୍ୱାମୀ ଜ୍ଞାନାତିତାନନ୍ଦ ଜୀ ମହାରାଜ, ଶ୍ରୀ ପରମେଶ୍ୱର ଧଳ ଓ ମାଧବାନନ୍ଦ ନାଥ ଶର୍ମା ସ୍ୱହସ୍ତରେ ବିପନ୍ନ ପରିବାରଙ୍କୁ ଶାଢୀ, ଧୋତି ଓ ଗାମୁଛା ପ୍ରଦାନ କରିଥିଲେ। ବନ୍ୟା ପରେ ରିଲିଫ୍‍ ସାମଗ୍ରୀ ଭାବରେ ବସ୍ତ୍ର ପାଇଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ରାମକୃଷ୍ଣ ମିଶନର ସହଯୋଗକୁ କୃତଜ୍ଞତା ଜଣାଇଛନ୍ତି। ସମାଜସେବୀ ନକୂଳ ପ୍ରଧାନ, ବାବୁଲି ଦଳେଇ, ଚକ୍ରଧର ବେହେରା, ବିଜୟ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗ୍ରାମର ସମସ୍ତ ୧୭୬ପରିବାରଙ୍କୁ ଏହି ସହାୟତା ପ୍ରଦାନ କରାଯାଇଥିଲା ବେଳେ ପରେ ପରେ ଜୋରକୂଳ ଗ୍ରାମରେ ଏକଶହ ପରିବାରଙ୍କୁ ମଧ୍ୟ ରମକୃଷ୍ଣ ମିଶନ ପକ୍ଷରୁ ବସ୍ତ୍ର ବଣ୍ଟନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories