www.samajalive.in
Saturday, December 6, 2025
26.1 C
Bhubaneswar

କୁକୁଡ଼ା ନଦେବାରୁ ଠେଙ୍ଗାରେ ଆକ୍ରମଣ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଅର୍ଶଳା ଗ୍ରାମପଞ୍ଚାୟତର ଦୁର୍ଗାପୁର ଗ୍ରାମରେ କୁକୁଡାକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଦେଖିବାକୁ ମିଳିଛି। ମଦ ଶିକ୍ଷିତ ସଭ୍ୟ ସମାଜକୁ କଳୁଷିତ କରୁଥିବାରୁ ମଦ ଆଜି ଜୀବନ ନେଉଥିଲେ ମଧ୍ୟ ମଦ ବ୍ୟବସାୟ ଉପରେ ଅଙ୍କୁଶ ଲଗାଇବାରେ ପ୍ରଶାସନ ନିରବ ସାଜିଛି। ଦୁର୍ଗାପୁର ଗ୍ରାମର ଡିବାଙ୍ଗ ମୁଣ୍ଡା ଏବଂ ମଗା ମୁଣ୍ଡା ଗତକାଲି ସନ୍ଧ୍ୟାରେ ପେଟେ ମହୁଲି ମଦ ପିଇ ମାତାଲ ହୋଇଥିଲେ। ରାତିରେ ସେହି ଗ୍ରାମର ମାଜୁରା ମୁଣ୍ଡା ଏବଂ ତାଙ୍କ ପତ୍ନୀ ମହେଶ୍ୱରୀ ମୁଣ୍ଡା(୩୮)ଙ୍କ ଘରକୁ ଯାଇଥିଲେ କୁକୁଡା ମାଗିବାକୁ। ଡିବାଙ୍ଗ ଓ ମଗା ମାଜୁରା ଓ ପତ୍ନୀ ମହେଶ୍ୱରୀଙ୍କୁ ଜୋର ଜବରଦସ୍ତ କୁକୁଡା ମାଗିଥିଲେ। ମାଜୁରା ମୁଣ୍ଡା ଘରେ କୁକୁଡା ନାହିଁ ବୋଲି କହିବାରୁ ଦୁଇ ଯୁବକ ଅତ୍ୟଧିକ ନିଶାରେ ଥିବାରୁ କୁକୁଡା ନଦେଲେ ଯିବୁନାହିଁ ବୋଲି ଅଡି ବସିଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଡିବାଙ୍ଗ ଏବଂ ମଗା ଉତ୍ୟକ୍ତ ହୋଇ ପାଖରେ ଥିବା ଏକ ଠେଙ୍ଗାରେ ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ମହେଶ୍ୱରୀଙ୍କ ମୁଣ୍ଡରେ ଠେଙ୍ଗା ପ୍ରହାର ହେବାରୁ ତାଙ୍କ ମୁଣ୍ଡ ଫାଟିବା ସହିତ ପ୍ରବଳ ରକ୍ତସ୍ରାବ ହୋଇଥିଲା, ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ମାଜୁରୁ ମୁଣ୍ଡା ମଧ୍ୟ ଠେଙ୍ଗା ପ୍ରହାରରେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଗ୍ରାମବାସୀ ଗୁରୁତର ଆହତ ମାଜୁରାଙ୍କୁ ପ୍ରଥମେ ଝୁମ୍ପୁରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ମଙ୍ଗଳବାର ସକାଳେ ହତ୍ୟାକାଣ୍ଡ ଘଟିଥିବା ସମ୍ପର୍କରେ ଝୁମ୍ପୁରା ପୁଲିସ ଖବର ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଝୁମ୍ପୁରା ଥାନା କେଶ ନଂ୧୦୩/୨୨ରେ ମାମଲା ରୁଜ୍ଜୁ କରିଛିି। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଡିବାଙ୍ଗ ମୁଣ୍ଡା ଏବଂ ମଗା ମୁଣ୍ଡାକୁ ଗିରଫ କରିଥିବା ସମ୍ପର୍କରେ ଥାନା ଅଧିକାରୀ ବିରେନ୍ଦ୍ର ଶିଆଳ ସୂଚନା ପ୍ରଦାନ କରିଛନ୍ତି। ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories