ଡେସ୍କ: ୪ଟି ପ୍ରମୁଖ କର୍କଟ ନିରୋଧୀ ଔଷଧକୁ ଜାତୀୟ ଆବଶ୍ୟକୀୟ ଔଷଧ ତାଲିକାରେ ସାମିଲ କରାଯାଇଛି। ସେଗୁଡିକ ହେଉଛି ବେଣ୍ଡାମୁଷ୍ଟିନ ହାଇଡ୍ରୋକ୍ଲୋରାଇଡ, ଏଚସିଏଲ ଟ୍ରିହାଇଡ୍ରେଟ, ଲେନାଲିଡୋମାଇଡ ଏବଂ ଲିୟୁପ୍ରୋଲାଇଡ ଏସିଟେଟ।ଏହି ଚାରିଟି କ୍ୟାନସର ନିରୋଧୀ ଔଷଧ ବିଭିନ୍ନ ପ୍ରକାରର କର୍କଟ ରୋଗର ଛକିତ୍ସା କ୍ଷେତ୍ରରେ ପ୍ରଭାବଶାଳୀ ଏବଂ ଏହା ମଧ୍ୟ ସୁଲଭ ମୂଲ୍ୟରେ ମିଳିଥାଏ ବୋଲି ଷ୍ଟାଣ୍ଡିଂ ନ୍ୟାସନାଲ କମିଟି ମେଡିସିନ୍ ଆଣ୍ଡ ହେଲ୍ଥ କେୟାର ପ୍ରଡକ୍ଟର ଉପାଧ୍ୟକ୍ଷ କହିଛନ୍ତି।
ସେ କହଛନ୍ତି, ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ସାଧାରଣ କର୍କଟ ରୋଗ ପାଇଁ ବ୍ୟବହୃତ ହେଉଥିବା ଔଷଧ ଦର ହ୍ରାସ ପାଇପାରିବ। କେତେକ ଆଣ୍ଟି-ଇନଫେକ୍ଟିଭ୍ ଯେପରିକି ଆଇଭରମେକ୍ଟିନ୍, ମୁପିରୋସିନ୍, ମେରୋପେନେମ୍ ଏବଂ ସାଇକୋଥେରାପିଟିକ୍ ଔଷଧ ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପି ଭଳି ୩୪ଟି ଔଷଧକୁ ଜାତୀୟ ତାଲିକାରେ ସାମିଲ କରାଯାଇଛି। ଅନ୍ୟପକ୍ଷରେ ସଂଶୋଧିତ ତାଲିକାରୁ ୨୬ଟି ଔଷଧକୁ ବାଦ ଦିଆଯାଇଛି।



