ଚୌଦ୍ୱାର: ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମ ସ୍ଥିତ ଏକ ଫ୍ଲାଏ ଆସ୍ ଇଟା ତିଆରି କାରଖାନାରୁ ଯନ୍ତ୍ରାଂଶ ଚୋରି ଅଭିଯୋଗରେ ଚୌଦ୍ୱାର ପୁଲିସ୍ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଆଗ୍ରାହାଟ ଗ୍ରାମର ସେକ୍ ଗଫର(୪୩) । ପୁଲିସର ସୂଚନା ଅନୁଯାୟୀ କାରଖାନାର ମାଲିକ ଜଗତଜୀବନ ମହାନ୍ତି କାରଖାନା ବନ୍ଦ କରି କିଛିଦିନ ପାଇଁ ଦିଲ୍ଲୀ ଯାଇଥିବା ବେଳେ କାରଖାନାରେ କେହି ନଥିବା ସୁଯୋଗନେଇ କାରଖାନା ଭିତରୁ ଛାଞ୍ଚ, ଲୁହା ପ୍ଲେଟ ସହିତ ଅନ୍ୟାନ୍ୟ ଇଟା ତିଆରି ଯନ୍ତ୍ରାଂଶ ଚୋରେଇ ନେଇଥିବା ସେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତକରି କବାଡ଼ି କାରବାର କରୁଥିବା ଗଫରକୁ ଗିରଫ କରିବା ସହିତ ତା ଗୋଦାମରୁ ଚୋରି ସାମଗ୍ରୀ ଜବତ କରିଛନ୍ତି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
Popular Categories



