ସ୍ବାମୀ ସ୍ବରୂପାନନ୍ଦଙ୍କ ଦୁଇ ଉତ୍ତରାଧିକାରୀ ଘୋଷିତ
ନୂଆଦିଲ୍ଲୀ: ମହାପ୍ରୟାଣ ଘଟିଥିବା ଦ୍ବାରକାପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କର ଦୁଇଜଣ ଉତ୍ତରାଧିକାରୀ ଘୋଷଣା କରାଯାଇଛି। ସ୍ବରୂପାନନ୍ଦ ଦ୍ବାରକାର ଶାରଦା ପୀଠ ଓ ବଦ୍ରିନାଥର ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଥିବାରୁ ଏହି ଦୁଇ ପୀଠ ପାଇଁ ଦୁଇଜଣ ଉତ୍ତରାଧିକାରୀ ଘୋଷଣା କରାଯାଇଛି। ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ଓ ସ୍ବାମୀ ସଦାନନ୍ଦ ସରସ୍ବତୀଙ୍କୁ ଦ୍ବାରକା ଶାରଦା ପୀଠର ନୂଆ ଶଙ୍କରାଚାର୍ଯ୍ୟ ଘୋଷଣା କରାଯାଇଛି। ବ୍ରହ୍ମଲୀନ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ବ୍ୟକ୍ତିଗତ ସଚିବ ସୁବୋଧାନନ୍ଦ ମହାରାଜ ସୋମବାର ଏହି ଘୋଷଣା କରିଛନ୍ତି। ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ରବିବାର ୯୯ ବର୍ଷରେ ନିଧନ ହୋଇଥିଲା। ସୋମବାର ଅପରାହ୍ଣ ୩ଟା ୪୫େର ସ୍ବାମୀ ସ୍ବରୂପାନନ୍ଦଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ସମାଧି ଦିଆଯାଇଥିଲା। ମରଶରୀରକୁ କ୍ଷୀର ଓ ୧୦୮ କଳସ ପାଣିରେ ଜଳାଭିଷେକ କରାଯାଇଥିଲା ା ସ୍ବାମୀଜୀଙ୍କ ଶେଷ ଦର୍ଶନ ନିମନ୍ତେ ମଧ୍ୟପ୍ରଦେଶ ନରସିଂହପୁର ଆଶ୍ରମରେ ଆଜି ପ୍ରାୟ ୫୦ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ ା ଏଥିରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଜୋଷୀ, ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.