ଦିଲ୍ଲୀ ଜୁହାର ପରିବାରର ନୂଆଁଖାଇ ଭେଟଘାଟ ଆୟୋଜିତ
କବି ବିନୋଦ ପଶାୟତ ଓ ସମାଜସେବୀ ସ୍ନେହଲତା ପଟେଲଙ୍କୁ ଜୁହାର ସମ୍ମାନ-୨୦୨୨
ସମ୍ବଲପୁର: ରାଜଧାନୀ ନୂଆଦିଲ୍ଲୀ ଠାରେ ଥିବା ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ସଙ୍ଗଠନ ‘ଜୁହାର ପରିବାର’ ପକ୍ଷରୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉତ୍ସାହର ସହିତ ପାଳିତ ହୋଇଯାଇଛି । ରବିବାର ନୂଆଦିଲ୍ଲୀ ଠାରେ ଆୟୋଜିତ ନୂଆଖାଇ ପରବ ୨୦୨୨ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଓଡିଶା ଚଳଚିତ୍ର ବିକାଶ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଓ ବରିଷ୍ଠ ଆଇପିଏସ ଅଧିକାରୀ ସଞ୍ଜୀବ ପାଟ୍ଟଯୋଶୀ ଯୋଗ ଦେଇଥିଲେ । ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ସହିତ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମାନବ ସଭ୍ୟତା ପାଇଁ ସଂସ୍କୃତି ହେଉଛି ବରଦାନ ଓ ଏହାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ସମସ୍ତଙ୍କର କର୍ତ୍ତବ୍ୟ ଅଟେ ।
ନୂଆଁଖାଇ କୃଷିଭିତ୍ତିକ ପର୍ବ ହେବା ସହିତ ଗୁରୁଜନ ମାନଙ୍କୁ ସମ୍ମାନ ଦେବାର ପର୍ବ ବୋଲି ମୁଖ୍ୟ ଅତିଥି ଶ୍ରୀ ଟୁଡୁ କହିଥିଲେ । ଏହି ଅବସରରେ ବିଶିଷ୍ଟ ନାଟ୍ୟକାର, କବି ଓ ଲେଖକ ବିନୋଦ ପଶାୟତ ଓ ମାନସିକ ରୋଗୀଙ୍କ ପାଇଁ କାର୍ଯ୍ୟରତ ସୁନ୍ଦରଗଡର ସମାଜସେବୀ ସ୍ନେହଲତା ପଟେଲଙ୍କୁ ଜୁହାର ସମ୍ମାନ ପ୍ରଦାନ କରାଯାଇଥିଲା । ପ୍ରଖ୍ୟାତ ନାଟ୍ୟକାର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତିରେ ଆରମ୍ଭ ହୋଇଥିବା ଜୁହାର ଅଟଳ ସମ୍ମାନ ଅଭିନେତା ନାଟ୍ୟକାର ପୁରଷୋତ୍ତମ ମିଶ୍ର ଏବଂ ଗଦାଧର ବାରିକ ଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥି ମାନେ ବାର୍ଷିକ ସ୍ମରଣିକା ‘ଜୁହାର ସୁରତା’ ଉନ୍ନମୋଚନ କରିଥିଲେ ।
ଦୁର୍ଗା ପ୍ରସାଦ ଦାଶଙ୍କ ନେତୃତ୍ୱରେ ରଙ୍ଗଫରୁଆ ସମ୍ବଲପୁର ସିଙ୍ଗାରୀ, ବଜନିଆଁ, ରସରକେଲି, ଢ଼ାପ ଆଦି ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଭୂଖା ଚଳଚ୍ଚିତ୍ରରେ କଣ୍ଠଦାନ କରିଥିବା ନୁର ବେଗମ, ରମାକାନ୍ତ ହରିପାଲ, ସଞ୍ଜୁ ମହାନ୍ତି, ପୁଷ୍ପକ, ଆରତୀ, ବଙ୍କିମ ପଟେଲ, ବିକାଶ, ଆୟେଶା, କମଲେଶ, ଭୁବନ, ଟିକିରାଣୀ ପ୍ରମୁଖ ସମଲେଇ ବନ୍ଦନା, କୃଷ୍ଣ ଭଜନ, ଫଟାଇ ଖାଇଲି ବେଲ, ମଲ୍ଲୀ ଫୁଲ ମହକିଲା ରଙ୍ଗବତୀ, ମହୁଲ ଝାରେ, କଷି ବାଉଁଶର ପାତି, ସଜନୀ ଆଦି ଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ପ୍ରଶାସକ, ଶିକ୍ଷାବିତ, ସଂସ୍କୃତିପ୍ରେମୀ ଓ ୨ ହଜାରରୁ ଊର୍ଦ୍ଧ୍ଵ ଅଧିକ ପ୍ରବାସୀ ଓଡିଆ ସାମିଲ ହୋଇଥିଲେ ।
କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ଜୁହାର ପରିବାରର ବିଜୟାନନ୍ଦ ନାୟକ, ରଞ୍ଜନ ପ୍ରଧାନ, ବିଜୟ ତ୍ରିପାଠୀ, ବାସୁଦେବ ତ୍ରିପାଠୀ, ଓଁ ପ୍ରକାଶ ରାଉତ, ଅନୁପମ ମିଶ୍ର, ପିନାକୀ ପ୍ରସାଦ ରଥ, ଦେବାଶିଷ ମାଝୀ, ବିବେକ ପାତ୍ର, ମହେଶ ଠାକୁର, ସୁନିଲ ପଟେଲ, ମାନସ ମିଶ୍ର, ତାପସ ଷଡଙ୍ଗୀ, ଅଜିତ ଦାଶ, ଦିଲୀପ ବେହେରା, ଜଗଦୀଶ ପଟେଲ, ବଦ୍ରୀ ନାରାୟଣ ମିଶ୍ର, ରାଜକୁମାର, ଚନ୍ଦ୍ରଶେଖର ପାଢ଼ୀ, ପ୍ରକାଶ ଷଡଙ୍ଗୀ, ସତ୍ୟ ପ୍ରଧାନ, ଅଟଳ ପାଣିଗ୍ରାହୀ, ମାନସ ସାହୁ, ଓଁକାର ରଥ, ଆକାଶ ପାଣିଗ୍ରାହୀ, ଚିନ୍ମୟ ମହାପାତ୍ର, ଏ. ବି. ସାଗର, ସର୍ବେଶ୍ୱର ପଧାନ, କୃଷ୍ଣ ଅଦାବର, ସୁଜିତ ପଟେଲ, ଦିଲୀପ ପାଣ୍ଡେ, ଓଁ ପ୍ରକାଶ ଗଡନାୟକ, ଗଣେଶ ରାମ ନାୟକ, ପ୍ରତ୍ୟୁଷ ମୁଣ୍ଡ, କୈଳାସ ନାୟକ, ମନୋଜ ସାହୁ, ନିର୍ମଳ ଦେହୁରୀ, ପ୍ରତ୍ୟୁଷ ପୃଷ୍ଟି ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।
Comments are closed.