କମ୍ପାନୀ ମନମ୍ମୁଖୀ କାର୍ଯ୍ୟରେ କୁକୁଡ଼ା ଚାଷୀ କ୍ଷତିଗ୍ରସ୍ତ

ସାମୁହିକ ଅଭିଯୋଗ ସହିତ ଚିଆଁ ଚାଷ ବନ୍ଦ ଚେତାବନୀ

ଆଠଗଡ଼: କୁକୁଡ଼ା ଚାଷୀଙ୍କୁ ଚିଆଁ ଏବଂ ଦାନା ଯୋଗାଇ ଦେଉଥିବା ବିଭିନ୍ନ କମ୍ପାନୀଗୁଡ଼ିକର ମନମ୍ମୁଖୀ କାର୍ଯ୍ୟରେ କୁକୁଡ଼ା ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ନିମ୍ନମାନର ଦାନା ଏବଂ ଚିଆଁ ଯୋଗାଣ ପ୍ରଭାବରେ ଅଧିକାଂଶ ଚାଷୀଙ୍କ ଶ୍ରମ ଓ ବିନିଯୋଗ କରିଥିବା ପୁଞ୍ଜି ବ୍ୟର୍ଥ ଯାଉଛି । ରୋଜଗାର ବଦଳରେ ହିସାବ ଶେଷକୁ ଲାଭ  ଶୂନ ହେଉଥିବା ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିକୁ ନେଇ ଆଠଗଡ଼ ଉପଖଣ୍ଡର ସମସ୍ତ କୁକୁଡ଼ା ଚାଷୀ ଆଗାମୀ ଦିନରେ ଆଉ ନୂତନ ଚିଆଁ ପାଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

prayash

ଅଭିଯୋଗ ମୁତାବକ ଦୀର୍ଘଦିନ ଧରି ଏ ସମ୍ପର୍କରେ ବିଭିନ୍ନ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଚାଷୀମାନେ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ପଶୁପତି ଆଗ୍ରୋଭେଟ ପ୍ରାଇଭେଟ ଲିମିଟେଡ଼ର ଆଠଗଡ଼ ଶାଖା କାର୍ଯ୍ୟାଳୟରେ ଚାଷୀମାନଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ କୁକୁଡ଼ା ଚାଷ ପାଇଁ ଦାନା ଏବଂ ଚିଆଁ ଯୋଗାଣ କରୁଥିବା ଅନ୍ୟ କମ୍ପାନୀଗୁଡ଼ିକୁ ମଧ୍ୟ ଅନୁରୂପ ଦାବିପତ୍ର ଦିଆଯାଇଛି । ଆଗାମୀ ଦିନରେ ଚାଷୀମାନଙ୍କ ଦାବି ପୂରଣ ନହେଲେ ବାଧ୍ୟହୋଇ ସେମାନେ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସଂଘର ସଭାପତି ବିଭୁପ୍ରସାଦ ବାରିକ ଏବଂ ସମ୍ପାଦକ ଉପେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ମାରୁଗୋଠ ଛକଠାରୁ ବାହାରି ଆଠଗଡ଼ରେ ଥିବା ପଶୁପତି କମ୍ପାନୀ ଶାଖାରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । କମ୍ପାନୀର ବରିଷ୍ଠ ଅଧିକାରୀ ନଥିବାରୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

kalyan agarbati

Comments are closed.